News
lipub
samparksetu

ତୋ ପାଇଁ

ତୁ ନଥିଲେ ମୁଁ ଅନ୍ଧ
ସକାଳର ପହିଲି ସ୍ପର୍ଶ ତୋ ଦେହରେ
ରାତିର ଶୀର୍ଷରେ ତୁ
ବେଡର ଗୋଟେ ପାଖରେ ତୁ
ଦିବା ରାତ୍ର ଅବିରତ ତୋ ପାଇଁ
ବିକଳ ଆଉ ଛଟ ପଟ
ପ୍ରେମିକ ଟିଏ ମୁଁ ।

ତୋ ରୂପ କେବେ ଆପଲ
ତ କେବେ ଭିବୋ ଅପୋ
ଏମାଇ ଭଳି ଅନେକ
ସବୁଥିରେ ସ୍ମାର୍ଟ ତୁ
ସ୍ଲିମ ଫିଗର ପାଇଁ ଭୁଲିଛି ଅନ୍ୟକୁ
ଆଦରି ନେଇ ତତେ
ଭୁଲିଛି ସବୁକିଛି ଯେମିତି
ସକାଳ ର ଖବର କାଗଜ
ଆଉ ଅନେକ ଅତ୍ମୀୟଙ୍କୁ ।

ନିଜେ ନଖାଇ ବାପାଙ୍କ ପକେଟରୁ
ପ୍ରତି ମାସ ଚୋରେଇଛି
ଆଉ ଖୁଆଇଛି ତତେ
ଡାଟା ଆଉ କଲ ବାଲାନ୍ସ ଦେଇ
କାହିଁକି ଜାଣିଛୁ
ମୁ ଆଧୁନିକ ପ୍ରେମାନ୍ଧ ଭାବିଛି
ତୁ ଜୀବନର ସବୁକିଛି ଆଉ
ମୋ ଦେହର ଛାଇ ।

ହେଲେ ପାଇଛି କଣ
କମିଛି ଦୃଷ୍ଟି ଶକ୍ତି
ହଜିଛି ପାରିବାରିକ ଶ୍ରଦ୍ଧା
ଅଲୋଡ଼ା ହୋଇଛି ପୁସ୍ତକ ସବୁ
ଶୁଖିଛି ପେନ ଗୁଡିକର କାଳି
ମୁକୁଳା ପଡିଛି କାଗଜ ସବୁ
ଭିଡୁଛି ଆକର୍ଷଣ ତୋର
ଆଖି ପିଛୁଳାକେ ସବୁ ଅନ୍ଧାର
ତୋ ବନ୍ଧନର ନିଶାରେ
ସୁନେଲି ଭବିଷ୍ୟତ ଜାଳି ।

✍️ଅଜିତ କୁମାର ଦାସ(ଶିକ୍ଷକ)

new life
You might also like
error: Content is protected !!