News
lipub
samparksetu

ଢେଙ୍କାନାଳ ଜିଲ୍ଲାରେ ୫୭ ନୂଆ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ୫୭ ନୂଆ ପିଜିଟିଭ ଚିହ୍ନଟ, ଚିହ୍ନଟ ଙ୍କ ମଧ୍ୟରୁ ୫୧ ଜଣ ଘରୋଇ ସଂଗରୋଧରୁ ଏବଂ ୬ଜଣ ମେଡ଼ିକାଲ ରୁ ଚିହ୍ନଟ ହୋଇଛନ୍ତି ।

ସୂଚନା ଅନୁଯାୟୀ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଙ୍କ ମଧ୍ୟରୁ ଢେଙ୍କାନାଳ ମୁନିସିପାଲିଟି ରୁ ୧୫ ଜଣ ଚିହ୍ନଟ ହୋଇଛନ୍ତି । ୧୫ ଜଣଙ୍କ ମଧ୍ୟରେ ବସଷ୍ଟାଣ୍ଡ , ଗୁଡ଼ିଆନାଳି ଓ ଖମାରସାହି ରୁ ୩, କୁଞ୍ଜକାନ୍ତ, ଦକ୍ଷିଣକାଳୀ, ଦେଉଳସାହି, ଟାଉନପ୍ଲାନିଂ, କଲେଜ କଲୋନୀ, ଏବଂ ଦୋଳ ମଣ୍ଡପସାହିରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ହିନ୍ଦୋଳ ବ୍ଲକ ରଞ୍ଜାଗୋଳ ରୁ ୧୦ ଏବଂ ନନ୍ଦପୁର ଓ ରକଳା ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ସଦର ବ୍ଲକ ଗୋବିନ୍ଦପୁର ରୁ ୨, ବେଲଟିକିରି, ଝୁମୂଡିଆ, ନମିଚିରା, କାଇମାଟି, ତାଳବରକୋଟ, ସିଆରିଆ , ବଳଦିଆବନ୍ଧ, ରଞ୍ଜା ଓ ମାଣିପୁର ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ସେହିପରି ଓଡ଼ାପଡା ବ୍ଲକ ବିଡାବନ୍ଧ, ବେସାଳିଆ, ଚାଈଂପୁର, ଗୋବିନ୍ଦପ୍ରସାଦ, ଗୁଣ୍ଡିଚାପଡା ଓ ସାନବୁଉଳପୁରର, ଗଁଦିଆ ବ୍ଲକ ମହାପଦା, ଆମ୍ବବାହାଳି, ଛତିଆ, ଠାକୁର ପାଳ ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ସେହିପରି କାମାକ୍ଷାନଗର ବ୍ଲକ ସମତଙ୍ଗୀ, ସୋଗର, କାଇଁବିଲି ରୁ ଜଣେ ଲେଖାଏଁ, ପରଜଙ୍ଗ ବ୍ଲକ ବାସୁଳେଇ ରୁ ୩ ଜଣ , କଙ୍କଡ଼ାହାଡ଼ ବ୍ଲକ ପଥରକଟା ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥବା ବେଳେ ଅନ୍ୟ ଚିକିତ୍ସାଳୟରୁ୨ ଜଣ ଚିହ୍ନଟ ହୋଇଛନ୍ତି ।

ଜିଲ୍ଲାରେ ୮୫ ଜଣ ସୁସ୍ଥ ହୋଇଫେରିଥିବା ବେଳେ ସମୁଦାୟ ସୁସ୍ଥ ଙ୍କ ସଂଖ୍ୟା ୧୬୦୯୦ ରେ ପହଞ୍ଚିଚି ଏବଂ ବର୍ତ୍ତମାନ ସୁଦ୍ଧା୭୪୫ ଜଣ ଚିକିତ୍ସାଧୀନ ଅଛନ୍ତି ।

new life
You might also like
error: Content is protected !!