News
lipub
samparksetu

ରାସ୍ତା କାମକୁ ବିରୋଧ କରିବା ସହ ,ରାସ୍ତା କାମରେ ନିୟୋଜିତ ଥିବା ଗାଡିକୁ ଅଟକ ରଖିଲେ ଗ୍ରାମବାସୀ

ରାସ୍ତା କାମକୁ ବିରୋଧ କରିବା ସହ ରାସ୍ତା କାମରେ ନିୟୋଜିତ ଥିବା ସମସ୍ତ ଗାଡିକୁ ଅଟକ ରଖିଲେ ଗ୍ରାମବାସି।ପ୍ରକାଶ ଥାଉକି , ୫୩ ନଂ ଜାତୀୟ ରାଜପଥ ସଂପ୍ରସାରଣ ହେଉଥିବା ବେଳେ କାମାକ୍ଷାନଗର ଥାନା ବାଇସିଙ୍ଗା ଠାରେ କାମ ଚାଲୁଥିଲା ଏହାକୁ ବିରୋଧ କରିଛନ୍ତି ଗ୍ରାମବାସୀ ।

ଗ୍ରାମବାସୀଙ୍କ କହିବା ଅନୁସାରେ ରାଜପଥ ସଂପ୍ରସାରଣ ହେତୁ ରାସ୍ତାର ଉଭୟ ପାର୍ଶ୍ବରେ ସ୍କୁଲ,ମନ୍ଦିର ଅନ୍ୟାନ୍ୟ ସମସ୍ତ ଜରୁରି ସେବା ରହିଯାଉଥିବା କାରଣରୁ ଯିବା ଆସିବା କରିବା ପାଇିଁ ସମସ୍ୟା ଦେଖାଦେବ।

ତେଣୁ ଏହି ଠାରେ ଏକ ଓଭରବ୍ରିଜ ନିର୍ମାଣ ପାଇିଁ ଦାବି କରାଯାଉଥିବା ବେଳେ ପୂର୍ବରୁ ରାସ୍ତା ରୋକ କରାଯାଇଥିଲେ ମଧ୍ୟ ଏହାର କୈାଣସି ସମାଧାନ ହୋଇପାରିଲା ନାହିଁ।ତେବେ ଆଜି ପୂନର୍ବାର କଂମ୍ପାନୀ କାମ ଆରମ୍ଭ କରିବା ଯୋଗୁ ଏହାକୁ ବିରୋଧ କରିବା ସହ କାମକୁ ବନ୍ଦ କରିଛନ୍ତି।ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କ ସହିତ ଆଲୋଚନା ଜାରି ରହିଛି।

new life
You might also like
error: Content is protected !!