News
lipub
samparksetu

ରଚିଛି ରଚିନି ଇଛି

ସରିଛି ସରିନି ଜୀବନ ସଂଗ୍ରାମ
      ମରିଛି ମରିନି ଆଶା
ପାଳିଛି ପାଳିନି ପ୍ରତିଶୃତି ଯେତେ
  ଛାଡ଼ିଛି ଛାଡ଼ିନି ଉଷା 

କହିଛି କହିନି ମନ କଥା ଯେତେ
    ପଢ଼ିଛି ପଢିନି ବିଶ୍ୱ
ଲେଖିଛି ଲେଖିନି ଚିନ୍ତା ଓ ଚେତନା
   ଛୁଇଁଛି  ଛୁଇଁନି  ଲକ୍ଷ୍ୟ  

ଦେଖିଛି ଦେଖିନି ସିକ୍ତ – ଭବିଷ୍ୟତ
   ଶିଖିଛି ଶିଖିନି ପ୍ରୀତି
ରଖିଛି ରଖିନି ପ୍ରିୟର ବଚନ
    ପାହିଛି ପାହିନି ରାତି 

ଗାଇଛି ଗାଇନି ଜୀବନର ଗୀତା
       ପାଇଛି ପାଇନି ଶାନ୍ତି
ଯାଇଛି ଯାଇନି କବରଖାନାକୁ
   ଘଟିଛି ଘଟିନି ଇତି 

ଖୋଲିଛି ଖୋଲିନି ଇତିହାସ ପୃଷ୍ଠା
    ଦେଇଛି ଦେଇନି କିଛି
ଟାଣିଛି ଟାଣିନି ଭୂଗୋଳ ରେ  ଗାର
       ରଚିଛି ରଚିନି ଇଛି 

✍️ଏଲୀ ଦାସ

new life
You might also like
error: Content is protected !!