News
lipub
samparksetu

ପାଠ ଭୁଲିଗଲା ପରେ

ଆଖି ପଢୋଉଛି ବାକି କାହାଣୀକି
ଲେଉଟାଣି ଗୋଧୂଳିକି
ରାତି ଲେଖିଥିଲା ଯାହାକୁ କାଲିର
ଅନ୍ଧାରରେ ଲୁଚି ଲୁଚି   ।।

କୁହୁଡି ଭାଙ୍ଗିଲା ସପନ ଘରକୁ
ବୁହେଇ କାକର ଝଡ
ଅଣ ପାହାନ୍ତାରୁ ନିଦ ଭାଙ୍ଗିଦେଲା
ଲେଉଟା ଆଗରୁ କଡ     ।।

ରହିଗଲା କିଛି ଅଧା ଶୁଣା କଥା
ପାରିନା କାଲିରେ ଲେଖି
କାହା ନିରବତା ରଖିଥିଲା ତାକୁ
ଆଜିକି ଲେଖିବା ଲାଗି      ।।

କହିବ ହୋଉଛି ଲୁଚେଇ ଦୋଉଛ
ଅଧାରୁ ଗିଳୁଛ ଢୋକ
ପଣତ ଉହାଡେ ପବନକୁ ଦେଖା
ଦେହର ଉଜୁଡା ଭୋକ     ।।

ଶୁନ୍ୟ ପରିଧିର ପରିଚୟ  ଦେଇ
ପ୍ରବେଶିକା ପରୀକ୍ଷାରେ
କାହିଁକି ବସିଛ ଉତିର୍ଣ୍ଣ ହବାକୁ
ପାଠ ଭୁଲିଗଲା ପରେ   ।।

✍️ମହେନ୍ଦ୍ର ନଂଦ

new life
You might also like
error: Content is protected !!