News
lipub
samparksetu

ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ୱାମୀ , ହତ୍ୟା ପରେ କଲା ଆତ୍ମସମର୍ପଣ

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ବାଜିଚୈକ ଛକ ନିକଟରେ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ରୋଡରେ ବାଡେଇ ବାଡେଇ ସ୍ବାମୀ ସ୍ତ୍ରୀକୁ ହତ୍ୟା କରିଛି । ହତ୍ୟା ପରେ ଅଭିଯୁକ୍ତ ସ୍ବାମୀ ଟାଉନ ଥାନାରେ ଆତ୍ମସମର୍ପଣ କରିଛି।

ଅଭିଯୁକ୍ତ ସ୍ବାମୀ ବଣସିଂହ ଗ୍ରାମର ସତ୍ୟବ୍ରତ ମହାଳିକ ୧୦ ବର୍ଷ ତଳେ କଙ୍କଡ଼ାହାଡ଼ ଗ୍ରାମର ମମତା ବେହେରାଙ୍କୁ ବିବାହ କରିଥିଲେ। ସତ୍ୟବ୍ରତ ସେନା ବାହିନୀରେ ଚାକିରି କରନ୍ତି । ତାଙ୍କର ଦୁଇ ପିଲା ଓ ପରିବାର ବାଜିଚୈକଠାରେ ଏକ ଭଡାଘରେ ରହୁଥିଲେ। ଗତ ଦଶ ଦିନ ତଳେ ସେ ଛୁଟିରେ ଆସିଥିଲେ। ପାରିବାରିକ କଳହ ଓ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଉଭୟଙ୍କ ମଧ୍ୟରେ ମନୋମାଳିନ ଲାଗି ରହୁଥିଲା।

ଅତୀତରେ ଏ ସମ୍ପର୍କରେ ପରିବାର ବସି ବୁଝାସୁଝା କରିଥିଲେ ମଧ୍ୟ ସମାଧାନ ନହେବାରୁ ଘଟଣା ଥାନାରେ ପହଞ୍ଚି ଥିଲା । ଆଜି ଭୋର ସମୟରେ ଅଭିଯୁକ୍ତ ସ୍ବାମୀ ଏକ ଫ୍ୟାନ ରଡରେ ସ୍ତ୍ରୀର ମୁଣ୍ଡକୁ ଆକ୍ରମଣ କରିଥିଲା। ଗୁରୁତର ଆହତ ଅବସ୍ଥାରେ ମମତାଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆକ୍ରମଣ ପରେ ଅଭିଯୁକ୍ତ ସ୍ବାମୀ ଟାଉନ ଥାନାରେ ଆତ୍ମସମର୍ପଣ କରିଛନ୍ତି ।

new life
You might also like
error: Content is protected !!