News
lipub
samparksetu

।। ଏକ ଅବ୍ୟକ୍ତ ସମ୍ପର୍କ ।।

ଅନେକ ଅଧୀରତା ଜାବୁଡ଼ି
ଧରି କ୍ଷତ ବିକ୍ଷତ କରୁଥିଲା
ମୋର ସୁକୁମାରୀ ମନ

ତୁମ ଠାରୁ ଅନୁରୋଧର
ଭିକ୍ଷା ସଂଗ୍ରହ ଅଭିଯାନର
ଆବଶ୍ୟକତାରେ ମଧ୍ୟ
କୁଠାରାଘାତ ହେବାକୁ
ତିଳେ ମାତ୍ର ମୋର
କୁଣ୍ଠାବୋଧ ନଥିଲା

ଅଭିମାନର ଅନ୍ତରାଳେ
ମଧୂର ସମ୍ପର୍କର ଦୃଢ଼ତା
ନବୀକରଣ ଯୋଗ୍ୟ
ବିବେଚିତ ହେଉଥିଲା

ସେଇ ଅନୁରୋଧରେ ମଧ୍ୟ
ପ୍ରାପ୍ତି ଓ ପ୍ରାପ୍ତିରେ ସ୍ବୀକାର
ଅନୁମତି ପ୍ରଦାନ କରୁଥିଲେ
ଉନ୍ମୁକ୍ତ କରିବାକୁ ଅହଙ୍କାର

କାହିଁକି ନାଁ, ପ୍ରଶ୍ନ ଥିଲା
ନିର୍ମଳ ପ୍ରେମର
ଅସୀମିତ ଭାବାବେଗର
ଆତ୍ମା ସାଥେ ଆତ୍ମାର ମିଳନର
ଓ ଏକ ଅବ୍ୟକ୍ତ ସମ୍ପର୍କର ।

✍️ ମନୀଷା ତ୍ରିପାଠୀ

new life
You might also like
error: Content is protected !!