News
lipub
samparksetu

୨ ମାସ ହେବ ମାଆ ଓ ଝିଅର ପତା ମିଳୁନି , ପୋଲିସ ହାତ ଖାଲି !

ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ଷୋରିସିଆପଦା ପଞ୍ଚାୟତ ଚଟିଘର ଗାଁ ର ଘଟଣା। ଗତ ଅଗଷ୍ଟ ମାସର ସାତ ତାରିଖରେ ଏହି ଗାଁର ମାଟିରାମ ଶୁଣ୍ଡିଙ୍କର ପତ୍ନୀ ଲିଲିମୁନି ଶୁଣ୍ଡି ଓ ଝିଅ ଦିପାରାଣି ଶୁଣ୍ଡିର କୌଣସି ସୂଚନା ମିଳୁନାହିଁ। ଗଁଦିଆ ଥାନାରେ ମାଟିରାମଙ୍କର ତରଫରୁ ଏ ସମ୍ପର୍କରେ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ଥାନା ଅଧିକାରୀ କୌଣସି ତଦନ୍ତ କରି ନାହାଁନ୍ତି ବୋଲି ଅଭିଯୋଗ ହୋଇଛି ।
ଘଟଣା ପୃଷ୍ଠଭୂମି ଅନୁସାରେ, ମାଟାରାମ ଶୁଣ୍ଡି ଓ ଏହି ଗାଁ ର ମଦନ ସଏ ପରିବାର ମଧ୍ୟରେ ପୂର୍ବରୁ ଶତ୍ରୁତା ରହିଛି। ତା୧୯/୧୦/୨୦୧୮ ଦିନ ମଦନ ସଏ ତାର ଭାଇମାନଙ୍କ ସହ ମିଶି ମାଟାରାମକୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ସମ୍ପର୍କରେ ଗଁଦିଆ ଥାନାରେ କେସ ନମ୍ବର ୧୫୯ ତା ୨୦/୧୦/୨୦୧୮ରେ ମାମଲା ରୁଜୁ ହୋଇଥିଲା। ଏହି କେସଟି ବିଚାରଧୀନ ଥିବା ବେଳେ ଅଭିଯୁକ୍ତ ମଦନ ବେଲରେ ଜେଲରୁ ମୁକୁଳିଥିଲା।

ଜେଲରୁ ଆସିବା ପରେ ତା୯/୧/୨୦୧୯ ମାଟାରାମଙ୍କୁ ହାଣି ଟିକଟିକ କରିଦେବାକୁ ପତ୍ନୀ ଲିଲିମୁନିଙ୍କୁ ଧମକ ଦେଇଥିଲା। ଏ ସମ୍ପର୍କରେ ଲିଲିମୁନି ପୁନର୍ବାର ତା୧୧/୧/୨୦୧୯ ଦିନ ଗଁଦିଆ ଥାନା ଅଧିକାରୀଙ୍କୁ ଅଭିଯୋଗ କରିଥିଲେ। ତେବେ ତା୧୨/୧/୨୦୧୯ ଦିନ ଗଁଦିଆ ଥାନାରେ ଆପଷ ଲିଖିତ ବୁଝାମଣା ହୋଇଥିଲା। ପୁନର୍ବାର କୌଣସି ଗଣ୍ଡଗୋଳ କରିବ ନାହିଁ ବୋଲି ମଦନ ଲିଖିତ ରାଜିନାମା କରିଥିଲା।

ସୂଚନା ଥାଉ କି ମଦନର ଘରେ ତିନୋଟି ସନ୍ତାନ ଓ ପତ୍ନୀ କଇ ସଏ ଅଛନ୍ତି। ସ୍ୱାମୀର ଅସାମାଜିକ କାର୍ଯ୍ୟକଳାପ ଯୋଗୁଁ କଇ ତାଙ୍କର ମାନସିକ ଭାରସାମ୍ୟ ହରାଇ ବସିଛନ୍ତି। ପୋଲିସର ନିଷ୍କ୍ରିୟତା ପାଇଁ ଦୁଇ ଦୁଇଟି ପରିବାର ଛାରଖାର ହୋଇଯିବାକୁ ବସିଛି। ଅଭିଯୁକ୍ତ ମଦନର ଗିରଫ ଓ ନିଖୋଜ ଲିଲି ମୁନି ଓ ତାଙ୍କ ଝିଅର ଉଦ୍ଧାର ପାଇଁ ଚଟିଘର ଗ୍ରାମବାସୀ ମଧ୍ୟ ଗଁଦିଆ ଥାନା ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି।

new life
You might also like
error: Content is protected !!