News
lipub
samparksetu

ଖଡଗପ୍ରସାଦ କଲେଜରେ କୋଭିଡ୍ ହସପିଟାଲ ବନ୍ଦ ନିଷ୍ପତ୍ତି

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତଗର୍ତ ଖଡଗପ୍ରସାଦ ଠାରେ ଥିବା ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚାଲିଥିବା କୋଭିଡ ହସ୍ପିଟାଲକୁ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଵୈଠକରେ କୋଭିଡ ହସ୍ପିଟାଲକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଅକ୍ଟୋବର ମାସର ଯେ କୌଣସି ସମୟରେ କରୋନାର ତୃତୀୟ ଲହର ଆସିବାର ସମ୍ଭାବନା ରହିଛି । ଫଳରେ ଗୋଟିଏ ପରିସରରେ ଶିକ୍ଷାଦାନ କରିବା ଏବଂ ଚିକିତ୍ସାଳୟ ଚଳାଇବା ସମ୍ଭବପର ନୁହେଁ ।
ସଦର ବିଧାୟକଙ୍କ ପ୍ରତିନିଧି ଗଙ୍ଗାଧର ସାମଲ
ଯୋଗଦେଇ ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ଦୃଷ୍ଟିରୁ କଲେଜ ପରିସରରେ କୋଭିଡ଼ ହସ୍ପିଟାଲ ଚଳାଇବା ସମ୍ଭବ ନୁହେଁ । ଏହାକୁ ନେଇ ଜିଲ୍ଲାପାଳ ଟାଟାବିଏସଏଲକୁ ଏକ ପ୍ରକୃଷ୍ଟ ସ୍ଥାନ ନିରୁପଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଏହି ବୈଠକରେ ଜିଲ୍ଲାପାଳଙ୍କ ସହିତ ଓଡାପଡା ବିଡିଓ ଦଶରଥ ଜେନା ପରିଚାଳନା କମିଟିରି ସଭ୍ୟ ଗଙ୍ଗାଧର ସାମଲ, ଗ୍ରାମ ପ୍ରତିନିଧି ବିଜୟ କୁମାର ଧଳ, ନିବାରଣ ରାଉତ, ଟାଟାବିଏସଏଲର ସିଏସଆର , ଟାଟାବିଏସଏଲ ର ନୋଡାଲ ଅଫିସର ପ୍ରମୁଖ ଯୋଗ ଦେଇଥିଲେ ।

new life
You might also like
error: Content is protected !!