News
lipub
samparksetu

ଭୂମିକା ର ବାର୍ଷିକ ସାଧାରଣ ପରିଷଦ ବୈଠକ ଓ ପରିବାର ମିଳନ

କାମାକ୍ଷାନଗର ସ୍ଥିତ ନାଟ୍ୟନୁଷ୍ଠାନ ଭୂମିକା ର ବାର୍ଷିକ ସାଧାରଣ ପରିଷଦ ବୈଠକ ଓ ପରିବାର ମିଳନ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ରଥମ ଦିନ ଭୂମିକା କାର୍ଯ୍ୟାଳୟ ରେ ସାଧାରଣ ପରିଷଦ ବୈଠକ ଓ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।ଉକ୍ତ ବୈଠକରେ ସମ୍ପାଦକ ନିରଞ୍ଜନ ସାହୁ ବାର୍ଷିକ ବିବରଣୀ ପଠନ ଓ କୋଷାଧ୍ୟକ୍ଷ ଇନ୍ଦ୍ରଜିତ ପଟ୍ଟନାୟକ ଆୟ ବ୍ୟୟ ହିସାବ ପ୍ରଦାନ କରିଥିଲେ।ସଂଗଠନ ର ଉପଦେଷ୍ଟା ଶ୍ରୀରାମ ରାଉତ ନିର୍ବାଚନ ଅଧିକାରୀ ଭାବେ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରି ଗାଣତାନ୍ତ୍ରୀକ ପଦ୍ଧତି ରେ ଆଗାମୀ ଦୁଇ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ କାରାଇଥିଲେ ।

ସର୍ଵସମ୍ମତ କ୍ରମେ ମଧୁସୂଦନ ସେଣ୍ଢ , ସଭାପତି ଓ ହାଡ଼ିବନ୍ଧୁ ମହାନ୍ତି ସମ୍ପାଦକ ରୂପେ ନିର୍ବାଚିତ ହୋଇଥିଲେ ।ବାଳକୃଷ୍ଣ ନାୟକ କାର୍ଯ୍ୟକାରୀ ସଭାପତି , ବିମଳ କୁମାର ପରିଡା ଯୁଗ୍ମ ସମ୍ପାଦକ , ଆର୍ତ୍ତବନ୍ଧୁ ଦାସ , କୋଷାଧ୍ୟକ୍ଷ , ନିରଞ୍ଜନ ସାହୁ , ଅଥୟ ନାୟକ ,ଶୁଭ୍ରାଂଶୁ ନନ୍ଦ , ଇନ୍ଦ୍ରଜିତ ପଟ୍ଟନାୟକ ସୁନୀଲ ସାହୁ , ବଳରାମ ବାରିକ କାର୍ଯ୍ୟ କାରିଣୀ ସଦସ୍ୟ ରୂପେ ମନୋନୟନ ହୋଇଥିଲେ । ନିର୍ବାଚନ ଅଧିକାରୀ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ ।

ଦ୍ୱିତୀୟ ଦିବସରେ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ସଭାପତି ମଧୁସୂଦନ ସେଣ୍ଢ ଙ୍କ ଅଧ୍ୟକ୍ଷତାରେ ପରିବାର ମିଳନ ଅବସରରେ ଏକ ସଭା ଆୟୋଜିତ ହୋଇଥିଲା । ଏଥିରେ ଓଡ଼ିଶାର ବିଶିଷ୍ଟ ନାଟ୍ୟକାର ତଥା ନାଟ୍ୟନିର୍ଦେଶକ ଦିଲ୍ଲୀଶ୍ୱର ମହାରଣା , ମୁଖ୍ୟଅତିଥି , ଶିକ୍ଷାବିତ ବଟକୃଷ୍ଣ ଦାସ, ଓ କାମାକ୍ଷାନଗର ଏନ ଏ ସି ର ପୂର୍ବତ୍ତନ ନଗରପାଳ ଧର୍ମାନନ୍ଦ ପରିଡା ସ୍ୱତନ୍ତ୍ର ଅତିଥି ରୁପେ ଯୋଗଦେଇଥିଲେ ।

ସଭ୍ୟ ନିରଞ୍ଜନ ସାହୁ ସମସ୍ତଙ୍କୁ ସ୍ୱାଗତ କରିବା ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଉପଦେଷ୍ଟା ଶ୍ରୀରାମ ରାଉତ ବୈଠକ ରଉଦ୍ଦେଶ୍ୟ ଜ୍ଞାପାନ କରିଥିଲେ । ସଭାପତି ଭୂମିକାର ଆଭମୁଖ୍ୟ , ଅସୁବିଧା ସୁବିଧା ଉପରେ ଆଲୋକପାତ କରିଥିଲେ । ସଙ୍ଗଠନ ରେ ଏକତ୍ରିତ ଭାବେ କାର୍ଯ୍ୟ କଲେ ଏହା ସଫଳତା ହାସଲ କରିପାରିବ ବୋଲି ମୁଖ୍ୟଅତିଥି ପ୍ରକାଶ କରିଥିଲେ। ସରକାରଙ୍କ ପକ୍ଷରୁ କଳା ର ବିକାଶପାଇଁ ଆବଶ୍ୟକୀୟ ସହଯୋଗ କରିବା ପାଇଁ ସ୍ଵତନ୍ତ୍ର ଅତିଥି ଶ୍ରୀ ପରିଡା ପ୍ରତିଶୃତି ଦେଇଥିଲେ ।

new life
You might also like
error: Content is protected !!