News
lipub
samparksetu

ରୋଟ୍ରାକ୍ଟ କ୍ଲବ ଢେଙ୍କାନାଳ ତରଫରୁ ପୁସ୍ତକ ଦାନ ଓ ବୃକ୍ଷରୋପଣ

ଢେଙ୍କାନାଳ ରୋଟ୍ରାକ୍ଟ କ୍ଲବ ତରଫରୁ ବହିଦାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବନମାଳୀପ୍ରସାଦ ଠାରେ ଆରମ୍ଭ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମରେ ଡିଷ୍ଟ୍ରିକ୍ଟ ରୋଟ୍ରାକ୍ଟ ରିପ୍ରେଜେଣ୍ଟଟିଭ ଇଂଟରିଂ ପ୍ରଯୁକ୍ତା ଦେବରାୟ, ଡିଷ୍ଟ୍ରିକ୍ଟ ସେକ୍ରେଟାରୀ ଆଡ଼ମିନ ପ୍ରତୀକ ନନ୍ଦ ଓ ରୋଟ୍ରାକ୍ଟର ଶୁଭଶାନ୍ତି ଦାସ ,ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କ୍ରିଷ୍ଣା ପଟ୍ଟନାୟକ ,ବିଦ୍ୟାଳୟର ସଭାପତି ସଭାପତି ଗୁରୁବାରୀ ପ୍ରଧାନ ଏବଂ ବିଦ୍ୟାଳୟର ସଭ୍ୟ କୁମାର ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।ପ୍ରଥମେ ସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ କ୍ଳବ ତରଫରୁ କିଛି ପୁସ୍ତକ ଦାନ କରାଯାଇଥିଲା।

ଏହା ପରେ ବିଦ୍ୟାଳୟ ପରିସରରେ ଅତିଥିଙ୍କ ଦ୍ଵାରା ବୃକ୍ଷ ରୋପଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ରୋଟ୍ରାକ୍ଟ କ୍ଳବ ଢେ଼ଙ୍କାନାଳ ତରଫରୁ ସଭାପତି ବଜ୍ରମ ଅଗ୍ରୱାଲ,ସମ୍ପାଦକ କୁନାଲ ସୋନି,ପ୍ରେମଜିତ ରାଜ ,ରଞ୍ଜନ କୁମାର ସାହୁ ,ଅଭିଜିତ ମହାପାତ୍ର ,ଶିବ ସ୍ୱରୂପ ପାଢୀ ଏହି କାର୍ଯ୍ୟକ୍ରମରେ ରହି ଏହାକୁ ତ୍ୱରାନ୍ୱିତ କରିଥିଲେ ଏବଂ ଶେଷରେ ପୂର୍ବତନ ସଭାପତି ଅବିନାଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

new life
You might also like
error: Content is protected !!