ସହରରେ ବୁଲୁଛନ୍ତି ନକଲି ଚାନ୍ଦା ଆଦାୟକାରୀ, ପୋଲିସ ମହାନିର୍ଦ୍ଦେଶକଙ୍କ ଦୃଷ୍ଟିଗୋଚର କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି
ଆରମ୍ଭ ହୋଇଛି ପାର୍ବଣ ଋତୁ କଟକଣା ଭିତରେ ପୂଜା ପାଇଲେ ଗଜାନନ, ସେହିପରି ଆରମ୍ଭ ହୋଇଯାଇଛି ମା’ ଦୁର୍ଗାଙ୍କ ଆବାହନ । ପୀଠରେ ଚାଲିଛି ନବରାତ୍ର ପୂଜା, ଏବଂ ବିଶ୍ୱ ପ୍ରସିଦ୍ଧ ଢେଙ୍କାନାଳ ଲକ୍ଷ୍ମୀପୂଜା ପାଇଁ ମଧ୍ୟ ଆରମ୍ଭ ହୋଇଛି ପ୍ରସ୍ତୁତି । କରୋନା କଟକଣା ଭିତରେ କିପରି ପୂଜା ପାଇବେ ଏନେଇ ପ୍ରସ୍ତୁତି ବୈଠକ ଶେଷ ହୋଇ ସାରିଛି ।
ସଂକ୍ରମଣ କୁ ଦୃଷ୍ଟିରେ ରଖି ସାଂସ୍କୃତିକ କାର୍ଯ୍ୟକ୍ରମ କୁ ବାରଣ କରାଯାଇଛି, ମୂର୍ତ୍ତିର ଉଚ୍ଚତା ୪ ଫୁଟ ସୀମିତ ଥିବା ବେଳେ , ପୌରପାଳିକା ପକ୍ଷରୁ ଅସ୍ଥାୟୀ ପୋଖରୀ ରେ ବିସର୍ଜନ ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ପ୍ରଶାସନିକ ଅଧିକାରୀ ଙ୍କ ସହ ବୈଠକରେ ନିଷ୍ପତ୍ତି କ୍ରମେ ପୂଜା ପାଇଁ କୌଣସି ଚାନ୍ଦା ଆଦାୟ କରାଯିବ ନାହିଁ । ହେଲେ ବିଗତ ଦିନରେ ସହରର ବିଭିନ୍ନ ସ୍ଥାନରେ ଚାନ୍ଦା ଆଦାୟ କୁ ନେଇ ଜନ ଅସନ୍ତୋଷ ଦେଖାଦେଇଛି । ତେଣୁ ଏନେଇ ପୋଲିସ ମହାନିର୍ଦ୍ଦେଶକଙ୍କ ଦୃଷ୍ଟି ଗୋଚର କରିଛନ୍ତି ସହର ବାସିନ୍ଦା ।
ଅନ୍ୟପକ୍ଷରେ କାହାଠାରୁ ଚାନ୍ଦା ଆଦାୟ କରାଯାଉନାହିଁ ବୋଲି ସ୍ପଷ୍ଟୀକରଣ ରଖିଛନ୍ତି କିଛି ପୂଜା କମିଟି । ହେଲେ ପ୍ରଶ୍ନ ଉଠିଛି ଯଦି ବଜାର କମିଟି କୌଣସି ଚାନ୍ଦା ଆଦାୟ କରୁନାହିଁ ତେବେ ଏ ଯୁବଗୋଷ୍ଠୀ କିଏ ଏବଂ କାହା ସ୍ଵାର୍ଥ ରେ ଏଭଳି ବେଆଇନ ଚାନ୍ଦା ଆଦାୟ କରୁଛନ୍ତି । ପୂଜା ଆଳରେ ଠକେଇ ର ଜାଲରେ ଫସାଇବାକୁ ଚେଷ୍ଟା କରୁଥିବାର ଅନୁମାନ କରାଯାଇଛି ।
ତେବେ ଚାନ୍ଦା ମାଗିଲେ ବନ୍ଧା ହେବେ ବୋଲି ପୂର୍ବରୁ କିଛି ଜିଲ୍ଲା ବା ନଗରୀରେ ପୋଲିସ କମିଶନର ନିର୍ଦେଶ ଦେଇଥିଲେ ସମାନ ନୀୟମ ଜିଲ୍ଲା ପାଇଁ ଲାଗୁ କରାଗଲେ ଠକେଇ କରୁଥିବା ଯୁବକ ଗୁଡିକ ଉଚ୍ଚିତ ଶାସ୍ତି ପାଇବା ସହ ସାଧାରଣ ଲୋକେ ମଧ୍ୟ ନ୍ୟାୟ ପାଇ ପାରନ୍ତେ ବୋଲି ମତ ରଖିଛନ୍ତି ବରିଷ୍ଠ ନାଗରିକ ।
