ଚଳିତ ବର୍ଷ ପାଳିତ ହେବ ନାହିଁ ଭୁବନ ର ଐତିହାସିକ ବଳଦଯାତ୍ରା; ବିଧି ଓ ପରମ୍ପରା ସହିତ କରୋନା କଟକଣା ଭିତରେ ଦୁଇଟି ବଳଦକୁ ଅନୁମତି
ଢେଙ୍କାନାଳ ଜିଲ୍ଲାର ଭୁବନ ରେ ପାଳିତ ହୋଇ ଆସୁଥିବା ପାରମ୍ପରିକ ଐତିହାସିକ ବଳଦଯାତ୍ରା ଚଳିତ ବର୍ଷ ମଧ୍ୟ ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି। ମହାମାରୀ କରୋନା ପାଇଁ ଚଳିତ ବର୍ଷ କେବଳ ପରମ୍ପରା ରକ୍ଷା ପାଇଁ ୨ ଟି ବଳଦ କୁ କଟକଣା ସହିତ ବଦଳଯାତ୍ରାକୁ ଶାନ୍ତିକମିଟି ର ପ୍ରସ୍ତାବ କୁ ପ୍ରଶାସନ ଗ୍ରହଣ କରିଛି।
ଭୁବନର ବଡ ପର୍ବ ଦଶହରା ବଳଦ ଯାତ୍ରା । ପ୍ରତ୍ୟେକ ବର୍ଷ ୨ମାସ ପୂର୍ବରୁ ସମସ୍ତ ପ୍ରକାର ନିତି ନିୟମ ସହିତ ଶୁଭଖୁଣ୍ଟି ସ୍ଥାପନା କରାଯାଇ ସେହି ଦିନଠାରୁ ବଳଦକୁ ଗ୍ରାମରେ ଚଲାଇବା ଅଭ୍ୟାସ /ମହଣ କରାଯାଇଥାଏ।
କିନ୍ତୁ ଦୁଇ ବର୍ଷ ହେବ କରୋନା ପାଇଁ ସେ ସବୁ ଆଉ ଦେଖିବାକୁ ମିଳୁନାହିଁ। ସାହି ସାହି ରେ ଆଉ ଦେଖିବାକୁ ମିଳୁଛି କେବଳ ଶୂଭଖୁଣ୍ଟି। ପାଖାପାଖି ୩୦ ଗୋଟି ବଳଦ ଯାତ୍ରା ରେ ସାମିଲ୍ ହୋଇଥାନ୍ତି ।
ଚଳିତ ବର୍ଷ କେବଳ ପରମ୍ପରା ରକ୍ଷା ପାଇଁ ୨ଟି ବଳଦ କୁ କଟକଣା ସହିତ ବଳଦଯାତ୍ରା କରିବାକୁ ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରା ଯାଇଛି। ପ୍ରତେକ ବର୍ଷ ବିଜୟା ଦଶମୀ ଏବଂ ଏକାଦଶୀ ରେ ଭୁବନ ରେ ୨ ଦିନ ଧରି ବଳଦ ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ କେବଳ ବିଜୟା ଦଶମୀ ଦିନ କରୋନା କଟକଣା ର ସମସ୍ତ ନିୟମ ପାଳନ କରିବା ସହିତ କେବଳ ଥୋରିଆ ସମାଜ ଓ ବଳଦିଆ ସମାଜ ପକ୍ଷରୁ ପରମ୍ପରା କୁ ରକ୍ଷା କରି ନିଡାମ୍ବର ଭାବରେ ବଳଦ କୁ ବନ୍ଦାପନା କରି ପ୍ରଥମେ ମଦନମୋହନ ପରେ ଜଗନ୍ନାଥ ମନ୍ଦିରକୁ ଯାଇ ସେଠାରେ ପୂଜା କରିବା ପରେ ଅନୁକୁଳ ଯାତ୍ରା ଆରମ୍ଭ ହୋଇ ବଡହାଟ ପାଞ୍ଜି ପାଠ ଗୋପାଳପୁର ଛକ ରେ ଲୁଣ ମାପ ଦାନି ଘରେ ଗୁଆ ଦିଆ କରିବା ପରେ ଯାତ୍ରା ଶେଷ କରାଯିବାକୁ ନିଷ୍ପତ୍ତି ହୋଇଛି।
ସେହିପରି ଏକାଦଶୀ ଦିନ ହେଉଥିବା ମାଁ ଙ୍କର ବିସର୍ଜନ ବାଘୁଆ ଘାଇ ରେ ଏକ ଅସ୍ଥାୟୀ ପୋଖରୀରେ କରାଯିବ। ସେହିପରି ରାବଣ ପୋଡି ଉତ୍ସବକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି। ବିଭିନ୍ନ ମଣ୍ଡପ ରେ ପୂଜା ପାଉଥିବା ମୂର୍ତ୍ତି ନିଜ ନିଜ ସୁବିଧା ରେ ବିସର୍ଜନ କରିବାକୁ ନିଷ୍ପତ୍ତି ହୋଇଛି। ବଳଦ ଯାତ୍ରା ଶାନ୍ତିକମିଟି, ବଳଦିଆ, ପୂଜା କମିଟି ଏବଂ ପ୍ରଶାସନର ମିଳିତ ଆନୁକୂଲ୍ୟରେ ଭୁବନ ବିଜ୍ଞପିତ ଅଂଚଳ ପରିଷଦ ସଭାଗୃହ ରେ ଆଲୋଚନା କରାଯାଇ ରାଜ୍ୟ ସରକାରଙ୍କ କରୋନା କଟକଣା କୁ ଶାନ୍ତିକମିଟି ଗ୍ରହଣ କରିବା ସହିତ ପ୍ରଶାସନକୁ ସମ୍ପୂର୍ଣ୍ଣ ଭାବରେ ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
କରୋନା ମହାମାରୀ ପାଇଁ ଭୁବନର ଐତିହାସିକ ବଳଦଯାତ୍ରା ଚଳିତ ବର୍ଷ ବନ୍ଦ ହୋଇଥିବା ବେଳେ ଭୁବନର ସବୁଠାରୁ ବଡ ପର୍ବ ଦଶହରା ରେ ବଦଳଯାତ୍ରା ବନ୍ଦକୁ ସରକାରଙ୍କ COVID -19 ର ସମସ୍ତ ନିୟମ କଟକଣା କୁ ଭୁବନ ବାସି ସମ୍ମାନ ଜଣାଇବା ସହିତ ଆସନ୍ତା ବର୍ଷ କୁ ଅନାଇ ରହିଛନ୍ତି।

