ଗତ ୨/୩ ଦିନ ହେଲା କେତେକ ଜଙ୍ଗଲୀ ହାତୀ ପରଜଙ୍ଗ, ସାନ୍ଦ। ଓ ପାଳସାହି ଆଦି ଅଂଚଳ ରେ ରହି ଭୟର ବାତାବରଣ ସୃଷ୍ଟି କରିବା ସହ ବ୍ୟାପକ ଫସଲର କ୍ଷୟକ୍ଷତି କରୁଛନ୍ତି।
ଗତକାଲି ବିଳମ୍ବିତ ରାତିରେ ନିଜ କ୍ଷେତ କୁ ଫସଲ ଜଗିବାକୁ ଯାଇଥିବା ଜଣେ ବୃଦ୍ଧ ହାତୀ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଛନ୍ତି । ଗୁରୁତର ଜଣଙ୍କ ପରଜଙ୍ଗ କଙ୍କଡା ଷୋଡ ଗ୍ରାମ ର ମୁଣ୍ଡପୋତା ସାହୁ(୫୩) । ତାଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ମେଡ଼ିକାଲ ରେ ଭର୍ତ୍ତି କରାଯାଇଛି । ଅନ୍ୟ ଜଣେ ବ୍ୟକ୍ତି ରାତି ରେ ଗଛ ଉପରେ ଚଢ଼ିଯାଇ ନିଜ ଜୀବନ ବଞ୍ଚେଇ ଥିବାର ସୂଚନା ।
