News
lipub
samparksetu

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସାମିଲ ହେଲେ ସିଦ୍ଧାର୍ଥ

ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ବେଲଟିକିରି ସାଇକୃପା ବିଜ୍ଞାନ ମହାବିଦ୍ୟାଳୟ ଯୁକ୍ତ ଦୁଇର ଛାତ୍ର ସିଦ୍ଧାର୍ଥ ପ୍ରସାଦ ଦାସ କଠିନ ପରିଶ୍ରମରେ ନିଜ ପ୍ରତିଭାକୁ ଚମକାଇଛନ୍ତି।

୧୮ ବର୍ଷିୟ ସିଦ୍ଧାର୍ଥ ଏକ ସାଧାରଣ ସାଇକେଲକୁ ବିଦ୍ୟୁତିକ ସାଇକେଲରେ ପରିଣତ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ନିଜ ନାମକୁ ସାମିଲ କରି ପାରିଛନ୍ତି।

ସୂଚନାଯୋଗ୍ୟ କି, ସିଦ୍ଧାର୍ଥ ୨୫୦ ୱାଟର ମୋଟର,୨୫୦ ୱାଟର ବ୍ୟାଟେରୀ ଏବଂ ଇଲେକ୍ଟ୍ରିକ୍ ବ୍ରେକ୍ ସହିତ କିଛି ବିଦ୍ୟୁତିକ ଉପାଦାନ ଯୋଗ କରି କେବଳ ତିନି ଦିନ ରେ ଏକ ସାଧାରଣ ସାଇକେଲକୁ ଏକ ବିଦ୍ୟୁତିକ ସାଇକେଲ ରୂପରେ ପରିଣତ କରିଥିଲେ । ସିଦ୍ଧାର୍ଥଙ୍କ ଏହି ଉପଲବ୍ଧି ପାଇଁ ବେଲିଟିକିରି ତଥା ଢେଙ୍କାନାଳ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି।

new life
You might also like
error: Content is protected !!