ଶବ ବ୍ୟବଚ୍ଛେଦ ନହେବାରୁ ଢେଙ୍କାନାଳ ହସ୍ପିଟାଲରେ ଉତ୍ତେଜନା । ସୂଚନା ମୁତାବକ ସଦର ଥାନା ତାଳବରକୋଟଗ୍ରାମପଞ୍ଚାୟତ ସିଆରିଆ ଗ୍ରାମର ୭୦ ବର୍ଷିୟ ଦିବାକର ରାଉତ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକ ଆଜି ସକାଳେ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ।
ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଦିନ ୧୧ଟାରୁ ମୃତ୍ୟୁ ହେବା ସତ୍ତ୍ୱେ ପରିବାର ଲୋକଙ୍କୁ ମୃତ ଦେହ ଦେବାରେ ବିଳମ୍ବ ଏବଂ ପୋଷ୍ଟମୋର୍ଟମ କରିବାରେ ବିଳମ୍ବ ହେତୁ ହସ୍ପିଟାଲରେ ଉତ୍ତେଜନ ଦେଖାଦେଇଥିଲା ।
ଦିନତମାମ ଶବ ବ୍ୟବଚ୍ଛେଦରେ ବିଳମ୍ବ ହସ୍ପିଟାଲର ଅବ୍ୟବସ୍ଥା ଓ ପୋଲିସର ଅସହଯୋଗ ଅଭିଯୋଗ କରିଛନ୍ତି ପରିବାର ଲୋକ। ହସ୍ପିଟାଲରେ ଟାଉନଥାନା ଏବଂ ସଦର ଥାନା ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି ।
