News
lipub
samparksetu

ଡ୍ରାଇଭରଙ୍କ ଝୁଲନ୍ତା ମୃତଦେହ ଠାବ

କାମାକ୍ଷାନଗର ଥାନା ବିଜାଡିହ ଗ୍ରାମ ନିକଟ ଜଙ୍ଗଲର ଏକ ଶାଳଗଛରୁ ଡ୍ରଇଭରଙ୍କ ଝୁ୍ଲନ୍ତା ମୃତଦେହ ଠାବ ହୋଇଛି। ମୃତ ଡ୍ରାଇଭର ହେଲେ ଉତରପ୍ରଦେଶ ପିଲଭିତ୍ ଜିଲ୍ଲାର ସରଦାହ ଗ୍ରାମର ସଞ୍ଜିବ କୁମାର ମୋହରିଆ।

ସେ କଣ୍ଟାବଣିଆ ସ୍ଥିତ ଏକ ଘରୋଇ କମ୍ପାନିରେ ଏକମାସ ହେବ ହାଇଓ୍ବା ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ନିର୍ମାଣଧିନ ୧୪୯ ନଂ ଜାତୀୟ ରାଜପଥାରେ ପାଉଁସ ଫିଲିଙ୍ଗ କାର୍ଯ୍ୟରେ ନିୟୋଜତ ଥିଲେ। କିନ୍ତୁ ଆଜି ତାଙ୍କର ଝୁଲନ୍ତା ମୃତଦେହ ସ୍ଥାନିୟ ଲୋକେ ଦେଖି କମ୍ପାନି ଓ ପୋଲିସ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପଠାଇ ଅଧିକ ତଦନ୍ତ ଜାରିରଖିଛି।

new life
You might also like
error: Content is protected !!