News
lipub
samparksetu

ମହାଦିଆ ପିଏଚରେ ଅସହାୟ ଯୁବକ

ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ହିନ୍ଦୋଳରୋଡ ଫାଣ୍ଡି ଅନ୍ତର୍ଗତ ମହାଦିଆ ପିଏଚରେ ଜଣେ ଅସହାୟ ଅଜଣା ଯୁବକ ଦୟନୀୟ ଭାବରେ ଦୁଇ ଦିନ ହେବ ଶୀତ କାକରରେ ପଡିରହିଥିବାର ଜଣାପଡିଛିବ।

ଯୁବକ ଜଣଙ୍କ ଖୋଲା ଦେହରେ ସେଠାରେ ରହିଥିବା ବେଳେ ସେ ନିଜର କୌଣସି ପରିଚୟ ଠିକରେ ଦେଇପାରୁନାହିଁ । ଭୋକ ଉପାସରେ ସେଠାରେ ସେ ପଡିରହିଥିବା ବେଳେ ଗ୍ରାମର କେତେକ ଯୁବକ ଗୁରୁବାର ସନ୍ଧ୍ୟାରେ ତାଙ୍କୁ ଶୀତବସ୍ତ୍ର ପ୍ରଦାନ କରିଛନ୍ତି । ପୋଲିସ ଓ ପ୍ରଶାସନ ପକ୍ଷରୁୂ ଯୁବକଙ୍କୁ ଉଦ୍ଧାର କରାଯାଇ କୌଣସି
ସେବା ଶ୍ରମରେ ରଖିବାକୁ ନିବେଦନ କରାଯାଇଛି । ଯୁବକଙ୍କ ଆନୁମାନିକ ବୟସ ୨୨ ରୁ ଅଧିକ ହେବ ଏବଂ ସେ କଥା କହି ପାରୁନଥିବାର ଜଣାପଡିଛି ।

new life
You might also like
error: Content is protected !!