News
lipub
samparksetu

ଭୋଟର ର ମନ କଥା

ଭୋଟ ଯଦି ଦେବା ନୋଟ ନେବା ନାହିଁ
ନୋଟ ଯଦି ନେବା ଭୋଟ ଦେବା ନାହିଁ
ଏକଥା ମନରେ ହେଜ,
ନିର୍ବାଚନର ଶଙ୍ଖ ବାଜିଲାଣି
ଭୋଟର ହୁଅରେ ସଜ।

ପାଞ୍ଚଶ ହଜାରେ ଟଙ୍କାରେ କି ତୁମ
ଅଭାବ ଟି ଯିବ ମେଣ୍ଟୀ
କଷଣ ଶୋଷଣ ଅତ୍ୟାଚାର ର
ବାଜିବନି ଆଉ ଘଣ୍ଟି।
ଦାରିଦ୍ର୍ୟ କି ଯିବ ହଟି,
ପର ଦୁଆର କୁ ଯିବନାହିଁ କେବେ
ଖଟିବାକୁ ତମେ ବେଠି।

ନୋଟବିଡାଧରି ଯିଏ ଆସିଥିଲା
ପଚାରିଛ କେବେ ଥରେ,
ପାଞ୍ଚ ବରଷ ସେ କେଉଁ ଠାରେ ଥିଲା
ମନେ କି ପଡିନି ତାରେ,
ସ୍ବାର୍ଥ ର ଝୁଲି ଧରି,
କେତିଟା ଟଙ୍କା ରେ ମଣିଷ ପଣିଆ
ନିଲାମ ଯାଏ ସେକରି।

ପଚାରିଛ କେବେ ରୋଗରେ ଯେବେ
ପଡ଼ିଥିଲା ବୁଢ଼ିମାଆ,
ପୃଷ୍ଟି ହୀନତା ଅଭାବ ରେ ପୁଣି
ଶୋଇଥିଲା କୋଳ ଛୁଆ,
ମୁଣ୍ଡରେ ନଥିଲା ଚାଳ
ପାଞ୍ଚ ବରଷ ରେ ଥର ଟିଏତମ
ହେଲାନି କି କେବେ ବେଳ।

ସୁପ୍ତଚେତନା ଭିତରେ ଯେବେ
ଖୋଜୁଥିଲା ଏଇ ମନ,
ବଞ୍ଚିବାକୁ ଯେବେ ରାହା ଖୋଜୁଥିଲା
ମେଣ୍ଟିବ ସବୁ କଷଣ,
ବୁଝିଛ କି କେବେ ଆସି
ନିର୍ବାଚନ ର ବିଗୁଲ ବାଜିଲା
ଏବେ ପଚରୁଛ ଆସି।

ମହାମାରୀ ଭୟେ ଜୀବନ ଜୀବିକା
ହୋଇଥିଲା ଯେବେ ଶୂନ୍ୟ
ଆସିତ ନଥିଲ ସେଇ ଦିନ ତୁମେ
ଦେବା ପାଇଁ କିଛିଦାନ,
ହୋଇଥାନ୍ତା ବଡ ପୁଣ୍ୟ,
ନୋଟବିଡ଼ା ର କି ପ୍ରୟୋଜନ ଥିଲା
ସାଜି ଥାନ୍ତ ଭଗବାନ।

ନିଲାମ ହେବାକୁ ଗୋଲାମ ହେବାକୁ
ଆମେତ ଜନମି ନାହୁଁ,
ଗଣତନ୍ତ୍ର ର ମହମନ୍ତ୍ର ରେ
ଦୀକ୍ଷିତ ହେବାକୁ ଚାହୁଁ,
ଦେଇ ମୂଲ୍ୟବାନ ମତ
ମଣିଷ ପଣିଆ ଯାହିର କରିବୁ
ନେଇ ଅଛୁ ମହାବ୍ରତ।

new life
You might also like
error: Content is protected !!