News
lipub
samparksetu

କୋଭିଡ୍ କଟକଣାରେ ହେବ ଜାଗର ଯାତ୍ରା: ପୀଠକୁ ଶ୍ରଦ୍ଧାଳୁଙ୍କୁ ମନା

କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଆସନ୍ତା ମାସ ମାର୍ଚ୍ଚ ୧ ତାରିଖରେ ମହାଶିବ ରାତ୍ରି ଅବସରରରେ ପାଳିତ ହେବ ପ୍ରସିଦ୍ଧ କପିଳାସର ଜାଗର ଯାତ୍ରା । ରାଜ୍ୟର ଅନ୍ୟତମ ପ୍ରମୁଖ ଶୈବ ପୀଠ ଢେଙ୍କାନାଳର ପ୍ରଭୁ ଚଦ୍ରଶେଖର ଜୀଉଙ୍କ ପୀଠ କପିଳାସ ଜାଗର ଯାତ୍ରା ଅବସରରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ଘଟିଥାଏ ।କିନ୍ତୁ ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ କଟକଣା ମଧ୍ୟରେ ଜାଗର ଯାତ୍ରା ପାଳିତ ହେବ ବୋଲି ଜଣାପଡିଛି ।

ଏହି ଉପଲକ୍ଷେ ଆଜି ଜିଲ୍ଳାପାଳଙ୍କ କାର୍ଯ୍ୟ।ଳୟ ସଦଭାବନା ଗୃହରେ ଏକ ପ୍ରସ୍ତୁତି ବୈଠକରେ ନିଷ୍ପତି ମୁତାବକ କେବଳ ଵିଧି ଅନୁସାରେ ସମସ୍ତ ରୀତିନୀତି ଅନୁପାଳନ କରାଯିବ ।

ଚଳିତ ବର୍ଷ ରାତ୍ର ୩ଟା ୫୫ ମି. ରୁ ବେଢାପୂଜା , ପରିକ୍ରମା ଓ ମହାଦୀପ ଉଠାଣ କାର୍ଯ୍ୟ ୪ଟା ୨୦ ମି. ମଧ୍ୟରେ ଶେଷ ହେବ । ଜାଗର ଯାତ୍ରା ଅବସରରେ କପିଳାସ ପୀଠକୁ ସର୍ବସାଧରଣଙ୍କୁ ବାରଣ ରହିବ ବୋଲି ଢେଙ୍କାନାଳ ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

new life
You might also like
error: Content is protected !!