News
lipub
samparksetu

ଭୋଟ ଵନାମ ନୋଟ

ପାଖେଇ ଆସିଲା ଇଲେକ୍ସନ
ଭୋଟର କଲେଣି ସିଲେକ୍ସନ
କୋଉ ପ୍ରାଥୀ ଙ୍କ ର ବାର ବାଜି ଯିବ
କାହାର ବାଜିବ ଇଲେଭେନ ।
ଦିନରାତି ଏବେ ଜଣା ପଡୁନାହିଁ
ଲାଗିଛି ଗହଳ ଚହଳ
ସବୁ ପ୍ରାଥି ଏବେ ହାତଯୋଡି ପୁଣି
ହୁଅନ୍ତି ଡହଳ ବିକଳ।

ଏଇ ଥର ଆମେ ଖାଲି ଜିତିଗଲେ
ଆଣିଦେବୁ ରାମ ରାଇଜ
Forty seven ରୁ twenty two ହେଲା
କାହା ମୁହେଁ ନାହିଁ ଲାଜ।
ନୋଟ ନେଇ ଭୋଟ ଦେଲେକିରେ ଭାଇ
ଫେରିବ କି ସ୍ୱଚ୍ଛ ଶାସନ।
ଦୁର୍ନୀତି ର ଚେର କେମିତି କଟିବ
ପାକେଟ କରିଲେ ଗରମ।
ଖଣ୍ଡେ ନୋଟ ପାଇଁ ଭୋଟ ଦେବୁ ତୁହି
ଭୁଲିବୁ ମଣିଷ ପଣିଆ
ଖୋଲିଦେ ହାତ ଯୋଗ୍ୟ ପ୍ରାଥି ପାଇଁ
ରହିବ ଇଜ୍ଜତ ପଣିଆ।
ସବୁ ପ୍ରାଥି ଯେବେ ନୋଟ ବାଣ୍ଟିବେ
କାହାକୁ ଦେବୁ ତୁ ଭୋଟ
ଟଙ୍କା ମଦ ପାଇଁ ରେ ଭୋଟର ଭାଇ
ହୋଇଯିବୁ ତୁହି ଛୋଟ।

କ୍ଷଣିକ ଚିନ୍ତା ରେ ଭାସିଯା ନାହିଁ
ଶୁଣି କାର ଚାଟୁ ବାକ୍ୟ
ପାଞ୍ଚ ବରଷର ହିସାବରେ ତୋର
ଲାଗିଯିବ ପୁଣି ବ୍ରେକ।
ଦୁର୍ନୀତି ମୁକ୍ତ ଶାସନ ର ଇଚ୍ଛା
ସେବେ ହୋଇବ ସମ୍ଭବ
ଯେଉଁ ଦିନ ନିଜ ମଣିଷ ପଣିଆ
ଭୋଟର ଜାହିର କରିବ
ଥିଲା ଅଛି ଥିବ ଯେଉଁ ପ୍ରାଥି ସିଏ
ତାକୁ ତ ଯିତାଇ ଆଣ
ପ୍ରତିଟି ମୋର ଭୋଟର ଭାଇଙ୍କୁ
ଏହି ମୋର ନିବେଦନ।

✍️ସନ୍ତାପ ପଣ୍ଡା

new life
You might also like
error: Content is protected !!