News
lipub
samparksetu

ହିନ୍ଦୋଳ ସାମ୍ବାଦିକ ସଂଘ ପକ୍ଷରୁ ଆଜି ମହାମହିମା ରାଜ୍ୟ ପାଳ ଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲପାଳଙ୍କୁ ସାମ୍ବାଦିକ ଙ୍କ ଉପରେ ଆକ୍ରମଣ ପ୍ରତିବାଦ ରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ପତ୍ର ପ୍ରଦାନ

ସାମ୍ବାଦିକ ହେଉଛନ୍ତି ଗଣତନ୍ତ୍ର ରାଷ୍ଟ୍ର ର ଚତୃଥ ସ୍ତମ୍ଭ।ରାଷ୍ଟ୍ର ର ଶାସନ ରେ ସେମାନେ ଜାଗ୍ରତ ପ୍ରହରୀ।ଶ୍ରଙ୍ଖଳିତ ସମାଜ ଗଠନରେ ସେମାନଙ୍କର ଅବଦାନ ଅତୁଳନୀୟ। ସମାଜର ପ୍ରତିଟି ଘଟଣା ସେମାନେ ଲୋକଙ୍କ ପାଖରେ ପହଞ୍ଚାଇବା ସହ ସତ୍ୟ ର ପରଦା ଫାସ୍ କରିଥାନ୍ତି।ବର୍ତ୍ତମାନ ତ୍ରିସ୍ତରୀୟ ପଞ୍ଚ୍ୟାତ୍ ନିର୍ବାଚନ ରେ ସାମ୍ବାଦିକ ବନ୍ଧୁ ମାନଙ୍କ ଉପରେ ହେଉଥିବା ଆକ୍ରମଣ ଅତ୍ୟଂତ ନିନ୍ଦନୀୟ।ଏହାର ପ୍ରତିବାଦରେ କଠୋର କାର୍ଯ୍ୟାନୁଷ୍ଠନ ପାଇଁ ହିନ୍ଦୋଳ ସାମ୍ବାଦିକ ସଂଘ ତରଫରୁ ହିନ୍ଦୋଳ ଉପଜିଲ୍ଲପାଳ ଉଦୟ କୁମାର ମହାପାତ୍ର ଙ୍କ ଜରିଆରେ ମହାମହିମ ଓଡ଼ିଶା ରାଜ୍ୟ ପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କର ଯାଇଛି।

ହିନ୍ଦୋଳ ସାମ୍ବାଦିକ ସଂଘ ର ସଭାପତି କିକ୍ରମ୍ କୁମାର ସାହୁ,ବ୍ରହ୍ମାନନ୍ଦ ପଟ୍ଟନାୟକ,ବିଶ୍ଵସ୍ୱର୍ ସେଠୀ,ଦୁଷ୍ମନ୍ତ କୁମାର ମିଶ୍ର,ରବିନାରାୟଣ ପଟ୍ଟନାୟକ,ତପନ କୁମାର ପରିଡ଼ା,ଦିଲ୍ଲୀପ କୁମାର ବେହେରା,ପ୍ରକାଶ ଚନ୍ଦ୍ର ନାୟକ,ଜଗନ୍ନାଥ ବାରିକ୍ ତଥା ହିନ୍ଦୋଳ ସାମ୍ବାଦିକ ସଂଘର ବହୁ ସାମ୍ବାଦିକ ଉପସ୍ଥିତ ରହି ଉପଜିଲ୍ଲପାଳଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ।

new life
You might also like
error: Content is protected !!