News
lipub
samparksetu

କପିଳାସ ପୀଠରେ ଜାଗର ଯାତ୍ରା ,ରାତି ୪.୨୦ ରେ ଉଠିବ ମହାଦୀପ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ କପିଳାସ ସ୍ଥିତ ଫରେଷ୍ଟ ଡାକବଙ୍ଗଳା ଠାରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ କପିଳାସ ପୀଠ ହେବାକୁ ଥିବା ମହା ଶିବରାତ୍ରି ଜାଗର ଯାତ୍ରାର ସୁପରିଚାଳନା ନିମନ୍ତେ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

କୋଭିଡ଼ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲା ବାହାର ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ଜାଗର ଯାତ୍ରା ନିମନ୍ତେ କପିଳାସ ପୀଠକୁ ଆସିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି । ସ୍ଥାନୀୟ ଯାତ୍ରୀ ମାନେ କପିଳାସ ପୀଠକୁ ଆସିଲେ ନିଜ ସହିତ ଆଧାର କାର୍ଡ ଆଣିବାକୁ
ପରାମର୍ଶ ଦିଆଯାଇଛି । ସରକାରୀ କାର୍ଯ୍ୟ ଏବଂ ଯାତ୍ରାରେ ନିୟୋଜିତ ଯାନ ବାହାନ ବ୍ୟତୀତ ବିନା ଅନୁମତିରେ କୌଣସି ଯାନବାହାନ ପୀଠକୁ ଯାଇପାରିବ ନାହିଁ ।

ପୀଠର ବାରବାଙ୍କ ରାସ୍ତା ଏବଂ ପାହାଚ ରାସ୍ତା ପର୍ଯ୍ୟପ୍ତ ଆଲୋକ ବ୍ୟବସ୍ଥା କରାଯିବ । ଚନ୍ଦ୍ରଶେଖର ଜୀଉଙ୍କ ପୀଠକୁ ପରିଷ୍କାର ପରିଚ୍ଛନ୍ନ ରଖିବା ସହିତ ପ୍ଲାଷ୍ଟିକ ପଲିଥିନ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । କପିଳାସ ପୀଠ ମନ୍ଦରି ପରିସରକୁ ବିଶୋଧନ କରାଯିବା ସହିତ ଆଶୁ ଚିକିତ୍ସା ନିମନ୍ତେ ପୀଠର ପାଦ ଦେଶ ଏବଂ ମନ୍ଦିର ପରିସରରେ ଆଶୁ ଚିକିତ୍ସା କେନ୍ଦ୍ର ଖୋଲାଯାଇ ଚିକିତ୍ସା ସେବା ଯୋଗାଇ ଦିଆଯିବ ।

ଯାତ୍ରୀଙ୍କ ସୁବିଧା ନିମନ୍ତେ ୩ଟି ଟ୍ୟାଙ୍କର ଯୋଗେ ପାନୀୟ ଜଳ
ଯୋଗାଣ କରାଯିବ । କୋଭିଡ଼ ଟିକାକରଣ ନିମନ୍ତେ ଶିବିର ଖୋଲାଯିବ । ଯାତ୍ରୀ ମାନଙ୍କୁ ସହଯୋଗ ନିମନ୍ତେ ସ୍ଥାନୀୟ ମହାଵିଦ୍ୟାଳୟର ଛାତ୍ରୀମାନେ ସ୍ୱେଚ୍ଛା ସେବୀ ଭାବେ କାର୍ଯ୍ୟ
କରିବେ । ଜାଗର ଯାତ୍ରା ସମୟରେ ଯାନବାହନ ନିୟନ୍ତ୍ରଣ , ପାର୍କିଂ ର ସୁବ୍ୟବସ୍ଥା,ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଆବଶ୍ୟକ ଆରକ୍ଷୀ ବ୍ୟବସ୍ଥା କରାଯିବ ବୋଲି ଏସପି ପ୍ରକାଶ କରିଛନ୍ତି।

ଯାତ୍ରାରେ ରାତ୍ର ୩.୫୫ ମିନଟି ରୁ ବେଢାପୂଜା , ବେଢା ପରିକ୍ରମା କରାଯାଇ ରାତ୍ର ୪ଟା ୨୦ ମିନିଟ ମଧ୍ୟ ମହାଦୀପ ଉଠିବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । କୋଭିଡ ପ୍ରୋଟକଲ ଅନୁସାରେ ଯାତ୍ରା ଅନୁଷ୍ଠିତ ହେବା ସହିତ ପାରମ୍ପରିକ ଵିଧିଅନସ।ରେ ସମସ୍ତ ରିତିନୀତି ଅନୁପାଳନ କରାଯାଇ ମହାଶିବରାତ୍ରୀ
ପାଳନ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

new life
You might also like
error: Content is protected !!