News
lipub
samparksetu

ଜନ୍ମମାଟିକୁ ଫେରିଲେ ଢେଙ୍କାନାଳ ପୁଅ

ୟୁକ୍ରେନ ଉପରେ ଋଷର ଆକ୍ରମଣ ଇତି ମଧ୍ୟରେ ୧୦ ଦିନରେ ପହଞ୍ଚିଛି । ଫଳରେ ୟୁକ୍ରେନକୁ ଡାକ୍ତରୀ ଛାତ୍ର ପଢିବାକୁ ଯାଇଥିବା ପ୍ରାୟ ୧୫ହଜାରରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀଙ୍କ ପରିବାରରେ ଏବେ ଭୟର କମ୍ପନ ସୃଷ୍ଟି କରିଛି ।

ଢେଙ୍କାନାଳ ଗୋବିନ୍ଦପୁର ଗ୍ରାମର ସୁପ୍ରିତି ସ୍ବାଇଁ ୟୁକ୍ରେନରୁ ଆସି ଘରେ ପହଞ୍ଚି ପାରିଛନ୍ତି। ୟୁକ୍ରେନରେ ଡାକ୍ତରୀ ପାଠ ପଢୁଥିବା ସୁପ୍ରିତି ଦିଲ୍ଲୀରେ ପହଞ୍ଚିବା ପରେ ଗତକାଲି ରାତିରେ ଘରେ ପହଞ୍ଚି ପାରିଛନ୍ତି। ଯୁଦ୍ଧ ବିଧ୍ବସ୍ତ ୟୁକ୍ରେନରୁ ଆସି ଘରେ ପହଞ୍ଚିବା ପରେ ସେ ନୂତନ ଜନ୍ମ ପାଇଥିବା ପ୍ରକାଶ କରିଛନ୍ତି।

ସେଠାରେ ଗତ ଏଗାର ଦିନ ଧରି ବହୁ ଅସୁବିଧାର ସମ୍ମୁଖୀନ ହୋଇ ସେ ଘରେ ପହଞ୍ଚି ପାରିଛନ୍ତି। ଏପରିକି ସେ ସେଠାରୁ ଘରକୁ ଫେରିବାର ଆଶା ଛାଡି ଦେଇଥିଲେ ବୋଲି ପ୍ରକାଶ କରିଛନ୍ତି। ତେବେ ତାଙ୍କର ସିନିୟର ମାନେ ଓ ସରକାରଙ୍କ ଉଦ୍ୟମ ଯୋଗୁଁ ସେ ଘରକୁ ଫେରି ପାରିଛନ୍ତି ବୋଲି ପ୍ରକାଶ କରିଛନ୍ତି। ତାଙ୍କୁ ଘରେ ପାଇ ପରିବାର ଲୋକେ ବହୁତ ଖୁସି ଅଛନ୍ତି ବୋଲି ପ୍ରକାଶ କରିଛନ୍ତି।

ସୂଚନା ମୁତାବକ ୟୁକ୍ରେନରେ ଡାକ୍ତରୀ ପଢୁଥିବା ଢେଙ୍କାନାଳ ଜିଲ୍ଲାର ୮ ଜଣ ଡାକ୍ତରୀ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ୩ ଜଣ ପୂର୍ବରୁ ତାଙ୍କର ଜନ୍ମମାଟି ଢେଙ୍କାନାଳକୁ ଫେରି ସାରିଛନ୍ତି । ଅନ୍ୟମାନଙ୍କ ମଧ୍ୟରୁ ଢେଙ୍କାନାଳ ଗୁଡ଼ିଆନାଲିର ଲୋପାମୁଦ୍ରା ବେହେରା ଓ ଗୋବିନ୍ଦପୁର ସୁପ୍ରୀତ ସ୍ୱାଇଁ ବିଳମ୍ବିତ ରାତିରେ ତାଙ୍କର ଜନ୍ମମାଟି ଢେଙ୍କାନାଳର ଗୋବିନ୍ଦପୁରରେ ପହଂଚିଥିଲେ ।

new life
You might also like
error: Content is protected !!