News
lipub
samparksetu

ବାରହା ଆକ୍ରମଣ ରେ ଚାରି ଜଣ ଆହତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବଡସୁଆଳ ସାହି ଭିତରେ ପଶି ବାରାହା ଆକ୍ରମଣ କରିବାରୁ ଜଣେ ମହିଳାଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି ।ଏପରି ଘଟଣା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୁର୍ବାଞ୍ଚଳ ରେଞ୍ଜ ବନ୍ୟା ସାହିରେ ଦେଖିବାକୁ ମିଳିଛି ।

ଖବର ଅନୁସାରେ ଆଜି ଦିନ ଗୋଟାଏ ବେଳେ ଗାଁର ବନିତା ମଲିକ ଓ ବାଇଧର ମଲିକ ଗାଧୋଇବା ପାଇଁ ଗାଁ ପୋଖରିକୁ ଯାଇଥିଲେ । ସେହି ସମୟରେ ଉଭୟଙ୍କୁ ବାରାହା ଆକ୍ରମଣ କରିଥିଲା। ସେମାନଙ୍କୁ ଆକ୍ରମଣ କରିବା ପରେ ସେଠାରୁ ସାହି ଭିତରେ ପସି ଗାଁର ସେଉଳ ମଲିକ ଓ ମୁନା ମଲିକଙ୍କୁ ମଧ୍ୟ ଆକ୍ରମଣ କରିଥିଲା।

ପରେ ଗାଁ ଲୋକମାନେ ହୋ ହାଲ୍ଲା କରି ପାଟି କରିବାରୁ ବାରାହାଟି ପାଖରେ ଥିବା ଜଙ୍ଗଲକୁ ଦୌଡ଼ି ପଳାଇଥିଲା। ଗାଁ ଲୋକମାନେ ଆହତମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣା ପଡ଼ିଛି ।

new life
You might also like
error: Content is protected !!