News
lipub
samparksetu

କାମାକ୍ଷାନଗର ଉପଖଣ୍ଡ ସଦର ମହକୁମା ରେ ଉତ୍କଳ ଦିବସ ପାଳିତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ରେ ଆଜି ଉତ୍କଳ ଦିବସ ପାଳିତ ହୋଇଯାଇଛି l ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ କାମାକ୍ଷାନଗର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଜ୍ୟୋତି ଶଙ୍କର ସାହୁ ଯୋଗ ଦେଇଥିଲେ l ଏଥିରେ ସମ୍ମାନୀତ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀଯୁକ୍ତ ରଞ୍ଜନ କୁମାର ଦେ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବିକାଶ କୁମାର ମହାନ୍ତି,ସହକାରୀ ଜିଲ୍ଲାପାଳ ଶ୍ରୀଯୁକ୍ତ ମଦନ ମୋହନ ଜେନା,ସହକାରୀ ଜିଲ୍ଲାପାଳ ଶ୍ରୀଯୁକ୍ତ ଶାଶ୍ୱତ କୁମାର ଦାସ, ସହକାରୀ ଜିଲ୍ଲାପାଳ ସୁଶ୍ରୀ ଲୋପାମୁଦ୍ରା ରଥ ଯୋଗ ଦେଇଥିଲେ l

ଓଡ଼ିଆ ଭାଷା ର କିଭଳି ଭାବେ ଉର୍ନତି ଓ ପ୍ରଚାର ପ୍ରସାର ହେବ ସେନେଇ ଅତିଥି ମାନେ ଆଲୋଚନା କରିଥିଲେ l ପ୍ରଥମେ କାମାକ୍ଷାନଗର ଉପଖଣ୍ଡ ରେ ଥିବା ସାରଙ୍ଗଧର ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ଓ ତାପରେ ଗାନ୍ଧୀ ମନ୍ଦିର ଠାରେ ଗାନ୍ଧିଜୀ ଙ୍କୁ ମାଲ୍ୟାର୍ପଣ, ତା ପରେ ଗୋପବନ୍ଧୁ ପାର୍କ ରେ ଗୋପବନ୍ଧୁ ଙ୍କୁ ମାଲ୍ୟାର୍ପଣ ଓ ତାପରେ ଵସ ଷ୍ଟାଣ୍ଡ ରେ ଥିବା ବିଜୁବାବୁ ଙ୍କୁ ମାଲ୍ୟାର୍ପଣ, ଓ ପରେ ଗୋପବନ୍ଧୁ, କୃଷ୍ଣଚନ୍ଦ୍ର ଗଜପତି ଓ ମଧୁବାବୁ ଙ୍କୁ ମାଲ୍ୟାର୍ପଣ ଓ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା l

ପରିଶେଷରେ ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇଥିବା କୃତି ପ୍ରତିଯୋଗୀ ଙ୍କୁ ପୁରସ୍କାର ବିତରଣ କରାଯାଇଥିଲା l ଏହି ଉତ୍ସବ ଟି ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ବେହେରା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l

new life
You might also like
error: Content is protected !!