News
lipub
samparksetu

ଲେମ୍ବୁ

ପରିବା ଦୋକାନୀଙ୍କୁ
ଯାଇ ପଚାରେ ଗ୍ରାହକ
ଦୋକାନେ ତମ
ଅଛି କି ସୁନା…
ଏପଟେ ବ୍ୟାଙ୍କ୍ ରେ ଚାଲିଛି
” ଲେମ୍ବୁ ଲୋନ୍ ମେଳା I “

କିନ୍ତୁ ଜିଓ ଭାଇଙ୍କୁ
ଲୋନ୍ ମିଳେନା…
ସହର ସୁନ୍ଦରୀ
ଲେମ୍ବୁ ସହ ଉଠାଇ ସେଲ୍ଫି
ଲାଇକ୍ ସେୟାର
କମେଣ୍ଟସ୍ ଗଣି ପାରେନା…
ଲଙ୍କା ସହ ମିଶି
ନଜର କାଟୁଥିବା
ଲେମ୍ବୁ ଉପରେ
ଲାଗିଲା ନଜର କାହାର…, 
ଭାଇ ଭଉଣୀଙ୍କ
ପବନା ଭାଇନା ବି
ଜାଣି ପାରେନା…
ସେପଟେ ପୁଣି
ନୂଆଁ ବୁଲେଟ୍ କରିବାକୁ ପୂଜା
ଚୋରାଇ ଲେମ୍ବୁ
ନଟିଆ ଗଲାଣି ଥାନା…
” ଲେମ୍ବୁ ଦାନ ମହାପୁଣ୍ୟ I” 

ଚାରିଆଡ଼େ ଆଜିକାଲି
ଉଡୁଛି ଏଇ ବାନା…
ପଖାଳ ଦିବସରେ
ପଖାଳ ଖାଉ ଖାଉ…
” ଆପଣ ମାନେ ଖୁସି ତ… I “

ଦିଏ ପଚାରି ଆମ
ପ୍ରିୟ ନବିନା…
ହାଣ୍ଡିଆ ସହ ଲେମ୍ବୁ
ବଦଳରେ ଆମ୍ବୁଲ ଚାଟୁ ଚାଟୁ
ପଢ଼ି ଲେଖା ଏହି ଆର ସାହି
ରସିକିଆ ବୁଢ଼ା କହୋଇ
” ବା ଲୋ…,
ତୁ ଏହି କଟା ଘା ରେ
ଲେମ୍ବୁ  ଆଉ ଲଗ଼ାନା…
ତୁ ଏହି କଟା ଘା ରେ
ଲେମ୍ବୁ  ଆଉ ଲଗ଼ାନା… I 

                
✍️ସୌମ୍ୟ ରଞ୍ଜନ ପଟନାୟକ

new life
You might also like
error: Content is protected !!