News
lipub
samparksetu

ବାରିହାପୁର କେନ୍ଦୁପତ୍ର ଗୋଦାମ ଠାରେ ପରଜଙ୍ଗ ଓ କାମାକ୍ଷାନଗର କେନ୍ଦୁପତ୍ର ରେଞ୍ଜ ସ୍ତରୀୟ ବୈଠକ

ବାରିହାପୁର ଠାରେ ଆଜି ପୂର୍ବାହ୍ନ ୧୦ ଟା ସମୟରେ ପରଜଙ୍ଗ ଏବଂ କାମାକ୍ଷାନଗର ରେଞ୍ଜର ରେଞ୍ଜ ସ୍ତରୀୟ ବୈଠକ ଅନୁଷ୍ଠିତ ହେଇଅଛି ।କେନ୍ଦୁଝର ଡିଭିଜନ ସାଧାରଣ ସମ୍ପାଦକ ସଞ୍ଜୟ କୁମାର ଚୌଧୁରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୨ ଟି ରେଞ୍ଜର ସମସ୍ତ ସିଜିନାଲ କର୍ମଚାରୀ ଯଥା ମୁନୁସି, ଚପରାଶି,ଚେକର,ସର୍କଲ ଚେକର,ହେଡ ଚେକର ଯୋଗଦାନ କରିଥିଲେ ।

ସଂଘର ଆଗାମୀ କାର୍ଯ୍ୟକ୍ରମ ଉପରେ ବିଷଦ ଭାବରେ ଆଲୋଚନା କରାଯାଇଥିଲା ।ଆଗାମୀ ଦିନରେ ସଂଘର କାର୍ଯ୍ୟକ୍ରମ କୁ ତୃଣମୂଳ ସ୍ତରରୁ ସଂଗଠିତ କରାଯିବା ପାଇଁ ସାଧାରଣ ସମ୍ପାଦକ ଚୌଧୁରୀ ପରାମର୍ଶ ଦେବା ସହ ଡିଭିଜନ ସହ ସମ୍ପାଦକ ଦିବ୍ୟସିଂହ ଦେହୁରୀ ଙ୍କୁ ପରଜଙ୍ଗ ରେଞ୍ଜ ଓ କାମାକ୍ଷାନଗର ରେଞ୍ଜ ର ସଂଗଠନ ଦାଇତ୍ୱ ତୁଲାଇବା ପାଇଁ ଅନୁରୋଧ କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ ସଂଘର ଅନ୍ୟତମ ସହ ସମ୍ପାଦକ ଶଙ୍କର୍ଷଣ ସାହୁ,ହେଡ ଚେକର ମକରଧ୍ଵଜ ସାହୁ,ମୋହନ ଚରଣ ସାହୁ ଉପସ୍ଥିତ କର୍ମଚାରୀ ମାନଙ୍କୁ ଏକ ମନ ପ୍ରାଣ ହେଇ କାମ କରିବା ପାଇଁ ପରାମର୍ଶ ଦେଇଥିଲେ ।ଶେଷରେ ଡିଭିଜନ ସହ ସମ୍ପାଦକ ଦିବ୍ୟସିଂହ ଦେହୁରୀ ଧନ୍ୟବାଦ ଦେବା ସହିତ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

new life
You might also like
error: Content is protected !!