News
lipub
samparksetu

ସ୍ଵପ୍ନ

ସ୍ୱପ୍ନଟିଏ ଦେଖିଥିଲି ରାତିରେ
ଜହ୍ନ, ତାରା
ସବୁ ଊଣା;
ସୂରୁଜର ତତଲା ଛାତିରେ …

ନୀରବ ଥିଲା ଓଠ ଆଉ ଆଖି
ଗଙ୍ଗଶିଉଳି ପଡିଥିଲା ସାକ୍ଷୀ,
ସ୍ୱପ୍ନରେ ଯାହା ସବୁ ଦେଖିଥିଲି ମୁଁ
ବିଶ୍ୱାସ ପରିଧିକୁ ଲାଗି ବିଂଚି ହେଇପଡିଥିଲା
ଅବିଶ୍ୱାସର କେଇ ପାଖୁଡା କେତକିି ।

ନିଅନ୍ ଆଲୁଅର ଛାଇ ତଳେ
ରାତି ବଢେ, ତାତି ବଢେ
ନିଶା ଚଢେ, ଭୋକ ଗଡେ
ହେଲେ ଛାଡେ ନାହିଁ କେବଳ ଅନ୍ଧାରର ରଙ୍ଗ..

ସେଦିନ ଯାଚିଥିଲି ମୁଠାଏ ସାହସ,
ନିଜର କହି ମୋ ଆଞ୍ଜୁଳାଏ ରୋଷ,
ଫେରେଇ ଦେଲ,
ପ୍ରେମକୁ କହିଲ ପାପ,

ଆଖି ଖୋଲିଲାବେଳକୁ ସ୍ୱପ୍ନ ଆଉ ସ୍ୱପ୍ନ ହେଇ ନଥିଲା
ବିଛାଡି ହେଇପଡିଥିଲା ସୂନେଲି କିରଣ
ଦେହସାରା ବୋଳି ହେଇସାରିଥିଲା
କିଛି ପୁରୁଣା କ୍ଷୋବ ଆଉକିଛି ନୂଆ ଉଦ୍ଦୀପନା ଛାପ ।

✍️ ନୀଳିମା ନିବେଦିତା

new life
You might also like
error: Content is protected !!