News
lipub
samparksetu

ଉତ୍କଳ ଗୌରବ

ଉତ୍କଳ ଗୌରବ ହେ ମଧୁସୂଦନ
     ଓଡ଼ିଆ ଜାତିର ମାନ
କୋଟି ଓଡ଼ିଆର ହେ ମଉଡମଣୀ
     ଓଡ଼ିଆଙ୍କ  ସ୍ୱାଭିମାନ ll

ହେ ଦିଗଦର୍ଶକ ଜାତି କର୍ଣ୍ଣ ଧାର
     ଉତ୍କଳର ଶ୍ରେଷ୍ଠ ବିନ୍ଧାଣୀ
ଯୁଗେ ଯୁଗେ ତଵ ତ୍ୟାଗ ଭକ୍ତିମାନ
     ଦଣ୍ଡାୟମାନ ଏ ଧରଣୀ ll

ରଖିବାକୁ ଏ ଜାତି ଗର୍ବ ଗୌରବ
    ବିପ୍ଲବେ ଦେଲ ଆହ୍ୱାନ
ହେ ଜାତି ପ୍ରାଣଧନ ଉତ୍କଳ ଛବି
     ତୁମେ ହିଁ ଯୋଗ୍ୟ ସନ୍ତାନ ll

ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନେ
    ଗଢିଲ ବହୁ ସମ୍ମିଳନୀ
ନିଜ ପ୍ରାଣ ଜାତି ସମୀପେ ଉତ୍ସର୍ଗେ
    ଦେଖାଇଲ ତୁମ ମେଲାଣି ll

ଆହେ ବରପୁତ୍ର ପରମ ପୁରୁଷ
    ଘେନ ଆମ ଏ ଶ୍ରଦ୍ଧାଞ୍ଜଳି
ପୁନଃ ଆଗମନ ହୁଅ ଧରା ବକ୍ଷେ
     ଓଡ଼ିଆଙ୍କ ଆଜି ଏ ଅଳି ll

✍️   ତ୍ରିନାଥ ପଟ୍ଟନାୟକ
 

new life
You might also like
error: Content is protected !!