News
lipub
samparksetu

ଅବୁଝା ପ୍ରିୟା

ସହିବା ଶକତି ନାହିଁ ଆଉ ମୋର
     ଜେବେଠୁ ଯାଇଛି ହାରି
ପାଶାପାଲି ପରି ହରେଇ ଚାଲିଲୁ
   ପ୍ରତି କ୍ଷଣେ ଦେଲୁ ମାରି।।

ତୁମେ ଚାଲିଗଲ କାହିଁ କେତେ ଦୂର
    ଠିକଣା ହଜେଇ ଦେଇ
ପାନ୍ଥଶାଳା ହୋଇ ଅପେକ୍ଷା କରିଛି
ତୋ ବାଟକୁ ଆଜ ମୁହିଁ ।।

ସ୍ୱପ୍ନ ସବାରୀରେ କେବେ ଥରେ ଆସ
    ନୂଆ ବୋହୂଟିଏ ହୋଇ
ରାତି ପାହିଗଲେ ଚାଲିଯିବ ତୁମେ
    ରହିଯିବି ସ୍ମୃତି ନେଇ।

ଅବୁଝା ପ୍ରିୟା ତୁ ଅଭିମାନିନୀ ଲୋ
    ସରଧାରେ ଦେବୁ ହସି
ସେ ମିଛ ହସରେ ପ୍ରାଣ ଚାଲିଯିବ
  ଦେଖି ହେବୁ ତୁ ଲୋ ଖୁସି   ।।   

ଯାଆ ଯେତେଦୂର ଥିବୁ ଲୋ ଭଲରେ
    ଦୁଃଖ ନକରିବୁ କେବେ
ଫେରିଆସିବୁ ଲୋ ପାଖକୁ ମୋହର
    ଦୁଃଖ ଆସିବ ତୋ ଯେବେ ।।

✍️ସୁଧାଂଶୁ ଶେଖର ଦଣ୍ଡପାଟ

new life
You might also like
error: Content is protected !!