News
lipub
samparksetu

ତୁ ମୋ ଆଖିର ତାରା

କେତେ ପୁଣ୍ୟ କରି     ପାଇଛି ରେ ଧନ
      ଏହି ଜନମରେ ତୋତେ।।
ତୋ ପାଖରେ ତୁଚ୍ଛ     ସ୍ଵର୍ଗ ସୁଖ ସବୁ
     ଧନ୍ୟ କରି ଅଛୁ ମୋତେ।।
ଦଶମାସ ଦଶ          ଦିନ ଗର୍ଭେ ଧରି
       ଯାତନା ସହିଲା ପରେ।।

କଳା ଚାନ୍ଦ ପରି       ଜନମ ଲଭିଲୁ
     ମାଆର ଏହି କୋଳରେ।।
ମାତୃ ଜୀବନ ମୋ     ସାର୍ଥକ ହୋଇଲା
      ତୋ ଭଳି ଚନ୍ଦ୍ରମା ପାଇ।।
ତୋ ପରି ସୁନ୍ଦର      ବଚନ ମଧୁର
       ଜଗତରେ କେହି ନାହିଁ।।

ଦୁଃଖ କଷ୍ଟ ସବୁ       ଭୁଲିଯାଏ ଧନ
   ଦେଖିଦେଲେ ତୋର ମୁଖ।।
ବିଷର୍ଣ୍ଣ ବଦନେ        ହାସ୍ୟ ଫୁଟି ଉଠେ
        ମିଳିଯାଏ ମହା ସୁଖ।।
ଦୁଃଖିନୀ ମାଆର    ଦାରିଦ୍ର୍ୟତା ଦିନେ
       ଦୂର କରିବୁରେ ବାବୁ।।

ପାଠ ପଢି ଭଲ     ମଣିଷ ହୋଇଣ
       ମାତାର ନାମ ରଖିବୁ।।
ଦୁଃଖୀ ଦରିଦ୍ର ଙ୍କୁ     ସେବା କରୁଥିବୁ
        କରୁଥିବୁ ଦାନ ଧର୍ମ।।
ଦେଶ ଜାତି ପାଇଁ      ତତ୍ପର ହୋଇବୁ
       ସାର୍ଥକ ହୋଇବ କର୍ମ।।
    

✍️ଗୋପୀନାଥ ସେଠୀ

new life
You might also like
error: Content is protected !!