News
lipub
samparksetu

ଇଛା

ଇଛା ହୁଏ ସବୁଜ ବନାନୀ ସାଜି
ତରୁ ଗହଳରେ ହଜିବାକୁ,
ଯୋଉଠି ନା ଥିବ ଭୟ ଜୀବନମୃତ୍ୟୁର
ନା ଥିବ ଭୟ କିଛି ହରେଇବାକୁ।

ପୁଣି ଇଛା ହୁଏ ସୁନେଲି ଆକାଶର
ଇନ୍ଦ୍ରଧନୁ ସାଜିବାକୁ
ନା ଥିବ କାହାକୁ ଧରାଦେବାର ଭୟ
କେବଳ ଇଛା ସୌନ୍ଦର୍ଯ୍ୟର ଆଲୋକ ବାଣ୍ଟିବାକୁ।

ପୁଣି କେବେ ଇଛା ବସୁଧା ସାଜି
ଗର୍ଭରେ ସବୁଜିମାକୁ ସ୍ଥାନ ଦେବାକୁ
ସର୍ଵଂସହା ସାଜି ହସ ଫୁଟେଇ
ଆତ୍ମା ତୃପ୍ତ କରିବାକୁ।

ପୁଣି କେବେ ଇଛା ସୁନୀଳ ଅମ୍ବରେ
ବର୍ଷା ସାଜିବାକୁ
ଭିଜେଇ ଅନେକ ପ୍ରେମକାହାଣୀକୁ
ପ୍ରଥମ ବର୍ଷାରେ ବତୁରେଇବାକୁ।

ସୁଦୂର ପାହାଡ଼େ ଝରଣା ସାଜି ପୁଣି
କୁଳୁ କୁଳୁ ଶଦ୍ଦେ ମନ ଜିତିବାକୁ
ଇଛା ତେଜି ଉଠେ ମନରେ ନୁହେଁ
ହୃଦୟରେ ରାଜୁତି କରିବାକୁ। 

       ✍️  ସୁଶ୍ରୀ ସଙ୍ଗୀତା ସେଠୀ
            

new life
You might also like
error: Content is protected !!