News
lipub
samparksetu

‘ ମା ‘

ପ୍ରକୃତିର ସେ ଶ୍ରେଷ୍ଠ  ଉପହାର
ସମଗ୍ର ମନୁଷ୍ୟଜାତି ମୁକୁଟ
ତା ପାଖେ ଶେଷ ସବୁ ତୀର୍ଥସ୍ଥଳୀ
ତା ଚରଣେ ଗଙ୍ଗାପାଟ।

ଜୀବନ ନଉକା ସେ ଯେ ଚଲାଏ
ନିଜେ ନାଉରୀ ହେଇ
ନିଜେ ପୁଣି ସାଜେ ନଦୀତୀର ସିଏ
ସନ୍ତାନର ଖୁସି ପାଇଁ।

ଦିନଯାଏ ତାର ପରିବାର ପାଇଁ
ତାଙ୍କ ସୁଖ ଚିନ୍ତା କରି
ନିଜପାଇଁ ଭାବିବାକୁ ନଥାଏ ତାର
ବେଳ ସୁଖ ଦିଏ ତ୍ୟାଗ କରି। 

ନିଜ ପେଟକୁ ଦାନା ଯାଉ କି
ନଯାଉ ସନ୍ତାନ ପାଇଁ ତାର ଚିନ୍ତା
ଜୀବନ ସାରା ସେ ତ୍ୟାଗ ସବୁ
ଦେଇ ସାଜେ ଜୀବନ ସଳିତା।

ବେଳେବେଳେ ତାର ସେହି ସନ୍ତାନ
ଦିଅନ୍ତି ଅନେକ ପୀଡ଼ା ଯାତନା
ସହିଯାଏ ସେ ତାକୁ ହସିହସି ହେଲେ
କରେନି ଆଶିଷର ଊଣା।

ଆଖି ଲୁହ ପଡ଼ିବ କି କାଳେ
ତା ପିଲା ପରେ ଅଭିଶାପ ହେଇ
ଠାକୁରଙ୍କୁ କରେ ଅଳି ନକରିବାକୁ
କ୍ରୋଧ ପିଲାବୁଦ୍ଧି ଭାବିନେଇ।

ମା ସେ ଯେ ଅମୃତମୟୀ
ନାହିଁ ତା ସମ କେ ତୁଳନା
ଜଗତେ ସେ ଶ୍ରେଷ୍ଠ , ସରଗ
ତା ପଣତେ ସେ ସୃଷ୍ଟି ରଚନା।

   
✍️ସୁଶ୍ରୀ ସଙ୍ଗୀତା ସେଠୀ

new life
You might also like
error: Content is protected !!