News
lipub
samparksetu

ବଣମଲ୍ଲୀ

କହରେ ବିଧାତା କି ଦୋଷ କରିଲି
ବଣେ  ଫୁଟି ବଣେ ମଲି,,
କଣ  ସୁନ୍ଦର ନୁହେଁକି ଚେହେରା ମୋହର
ଆଜି ହସ ମୋ ଯାଇଛି ଚାଲି … !!

ସାରା ବରଷ ରୁ  ଗୋଟିଏ ମାସରେ
ଫୁଟାଇ ଥାଏ ମୁଁ ଫୁଲ,,
ଭାରି ଆଶା ନେଇ ବଞ୍ଚିଥାଏ ମୁହିଁ
କେହି ଆଦରି କରିବ ଗେଲ…. !!

ବାସନା ମୋହର ମଲ୍ଲୀ ର ସମାନ
ସେଥିପାଇଁ ନାମମୋ ବଣମଲ୍ଲୀ,,
ସମସ୍ତେ ଦେଖନ୍ତି ଦେଖେଣାହାରୀ ସାଜି
କିନ୍ତୁ ବିନା ଅନୁଭବେ ଯାନ୍ତି ଚାଲି…. !!

ଇଶ୍ଵର ଙ୍କ ପାଦେ ସ୍ଥାନ ଟିଏ ପାଈଁ
ହୋଇଛି ମୁଁ ଆଜି ଅଯୋଗ୍ୟ,,
ତଥାପି ଆଶାରେ ରହିଛି ମୁଁ ଆଜି
କେବେ ବଦଳିବ ମୋ ଭାଗ୍ୟ…. !!

    ✍️ଗୋପବନ୍ଧୁ ବାରିକ

new life
You might also like
error: Content is protected !!