News
lipub
samparksetu

ଘରେ ପଶି ଲୁଟିଲେ ସୁନାଚେନ୍ !

ଭୁବନ ଏନଏସି ୱାର୍ଡ ନମ୍ବର ୩ ଅନ୍ତର୍ଗତ ଭୁବନ ସିଭିଲ କୋର୍ଟ ବାଉଣ୍ଡାରି ୱାଲ କୁ ଲାଗି RWSS ସେକ୍ସନ କମ୍ପାଉଣ୍ଡ କ୍ଵାଟର ଭିତରେ ପଶି କିଛି ଦୁର୍ବୃତ୍ତ ମହିଳାଙ୍କ ବେକରୁ ୧୭ ଗ୍ରାମର ଏକ ସୁନାଚେନ ଛିଡାଇ ନେଇଯିବାର ଅଭିଯୋଗ ହୋଇଛି ।

RWSS ସେକ୍ସନ ରେ କାର୍ଯ୍ୟରତ ଶ୍ରୀଯୁକ୍ତ ପ୍ରମୋଦ ସିଂ କୌଣସି ଏକ କାମରେ ଘର ବାହାରକୁ ଯାଇଥିବା ବେଳେ ଆଜି ଦିନ ୧୧:୫୦ ମିନିଟ ରେ ଏକ କଳା ରଙ୍ଗର ବାଇକ୍ ରେ ୨ ଜଣ ଦୁର୍ବୃତ୍ତ ତାଙ୍କ ଘରକୁ ଆସି କବାଟ ବାଡ଼େଇ ଡାକିଥିଲେ । ତାଙ୍କ ପତ୍ନୀ ରଞ୍ଜିତା ସିଂ ଯେତେବେଳ କବାଟ ଖୋଲି ବାହାରକୁ ଆସିିଲେ ଜଣେ ଦୁର୍ବୃତ୍ତ ତାଙ୍କ ସହିତ ବିଭିନ୍ନ ପ୍ରକାର ଏଆଡୁ ସିଆଡୁ କଥା ବାର୍ତ୍ତା କରିଥିଲେ ଏବଂ ଏଥିରେ ବିରକ୍ତି ହୋଇ ଯେତେବେଳ ରଞ୍ଜିତା ସିଂ ଘର ଭିତରେ ଥିବା ନିଜ ଝିଅ କୁ ଡାକିଲେ ତ ଦୁର୍ବୃତ୍ତ ରଞ୍ଜିତା ପିନ୍ଧିଥିବା ସୁନାଚେନ କୁ ଟାଣି ଛିଣ୍ଡାଇ ନେଇ ସେଠୁ ବାଇକ୍ ଯୋଗେ କେଉଁ ଆଡ଼େ ପଳାଇ ଯାଇଥିଲେ ।

ସଙ୍ଗେ ସଙ୍ଗେ ପାଖ ପଡୋଶୀ ପାଟି ଶୁଣି ସେଠାକୁ ଆସି ଢେଙ୍କାନାଳ ଜିଲ୍ଲା କଣ୍ଟ୍ରୋଲରୁମ୍ କୁ ଖବର ଦେଇଥିଲେ ମାତ୍ର ଦୀର୍ଘ ୨ ଘଣ୍ଟା ବିତି ଯାଇଥିଲେ ସୁଦ୍ଧା କୌଣସି ପୋଲିସ ସହାୟତା ମିଳି ପାରି ନଥିଲା, ତେଣୁ ବାଧ୍ୟ ହୋଇ ଭୁବନ ଥାନା କୁ ଯାଇ ଏକ ଏତଲା ଦେଇଥିଲେ ।

new life
You might also like
error: Content is protected !!