News
lipub
samparksetu

ପ୍ରିୟତମା

ଆଶା କରିଥିଲି ତl ସାଥେ ଲlଗିଥାଉ
                   ମୋ ସମ୍ପର୍କର ଡୋରି,,
କିନ୍ତୁ ସେ ଆଶା ଲାଗିଲା ଯେ
             ଗ୍ରୀଷ୍ମଦିନର ଝଂlଜିଝଡ଼ପରି……l

ଋତୁରାଜ ଯଦି ବସନ୍ତ ହୁଅନ୍ତି
            ତୁମେ ମୋ ଧରିତ୍ରିଧନ,,
  ସତ ନୁହେଁ ଏସବୁ ଭାବିଥିଲି ଯାହା
           ସବୁତ ମରୀଚିକା ଦୃଶ୍ୟମାନ……l

ତୁମରି ଭାବନାରେ ଆଜିବି ଡୁବି
            ରହିଛି ମାତାଲ୍ ଯେ ହୋଇ,,
  ଜେଂହେ ମହୁଆର ବାସନାରେ ପାଗଳ
            ମଧୁମକ୍ଷୀ ଟିଏ ହୋଇ……l
 
ତଥାପି ଆଶା ମୁଁ ରଖିନାହିଁ ଦିନେ
            ମନେ ରଖିଥିବ ବୋଲି ତୁମେ,,
  ଦେବୀଟିଏ ତୁମେ ବନ୍ଧୂପରି ଆସି
            ଗୁରୁମନ୍ତ୍ର ଦେଇ ଗଲ ମୋର ଏ କାନେ……l

ଆଜିବି ମୁଁ ଯେ ପ୍ରେମୀ ଭିକ୍ଷୁକ ଟିଏ
            ତୁମରି ପ୍ରେମ କୁ ପାଇବା ପାଇଁ,,
   ଚାତକ ଭଳି ଯେ ଅନାଇ ରହିଛି
             ତୁମରି ଫେରିବା ବାଟକୁ ଚାହିଁ……l

ଶ୍ରୀ ସତ୍ୟରଞ୍ଜନ ଘିୱାଲା✍️

new life
You might also like
error: Content is protected !!