News
lipub
samparksetu

ତୁମେ ଗଲା ପରେ

ଜାଣି ଶୁଣି ସାଜିଛ ତୁମେ ଅଜଣା
      ମୁଁ ପାଗଳ କରିଛି ପ୍ରତୀକ୍ଷା
ତୁମ ଅଫେରନ୍ତା ବାଟ କେତେ ଦିନୁ
      ପ୍ରଲୋଭିତ ତୁମକୁ ଅପେକ୍ଷା ll

ତୁମ କଥା ଯେବେ ମନେ ପଡେ ଭାରି
      ମନ ଯାଏ ମୋ ଖୁସିରେ ଭରି
ସବୁ ଦିନ ତୁମେ ଆସୁଛ ସପନେ
      ଲାଗେ ମୋତେ ସବୁ ସତ ପରି ll

ତୁମେ ପାଖେ ଥିଲେ କଥା ବହୁ ଜମେ
       ହୃଦୟ ଏ ମନ ଏକ ମିଶେ
ତୁମକୁ ଶବ୍ଦେ ସାଉଁଟିବାକୁ ଖୋଜେ
       ମୋ ଏ କଲମ କାଗଜ ଆସେ ll

ରୂପ ଅନ୍ତରେ କାନ୍ଦି ଦୁଃଖେ ମୁଁ ମରେ
         ତୁମକୁ ନିତି ଯେ ଝୁରି ଝୁରି
କରେ ମାତ୍ର ସୁଖୀ ହେବା ଅଭିନୟ
         ହୃଦୟେ ଯାଏ ତୁମକୁ ସ୍ମରି ll

ତୁମ ଅଫେରନ୍ତା ବାଟ ମୋ ପ୍ରତୀକ୍ଷା
      ଦିଶେ ନାହିଁ କି ଅନ୍ତଃ ବେଦନା
ଜଳେ ମୁଁ ପ୍ରତି କ୍ଷଣେ ବିରହ କଷ୍ଟ
      ଶୁଭେନି ମୋ ଆକୁଳ ପ୍ରାର୍ଥନା ll

✍️ତ୍ରିନାଥ ପଟ୍ଟନାୟକ*
 

new life
You might also like
error: Content is protected !!