News
lipub
samparksetu

ଏ ଦୋଷ କାହାର

ଏ ଦୋଷ କାହାରି ନୁହେଁ, ତୁମର ଆଉ ମୋର
ଆମେ ହିଁ ଆମକୁ ବନ୍ଧୁ କରିଛେ ସଂହାର।
ଅତୀତ ଆଉ ବର୍ତମାନର ଚିତ୍ର ପରିସ୍କାର
ଅସଂଖ୍ୟ ମହାତ୍ମା ଲାଗି ଦିଶିବ ଅନ୍ଧାର।
ଶୋଷଣ ସାଥେ କୁଶାସନ ଭୋଗିଲ ତୁମେମାନେ
ସହସ୍ର ବର୍ଷର ଗ୍ଳାନି ରହେ ନାହିଁ ମନେ।

ସୁଜଳା ସୁଫଳା ମାଟି ହୁଏ ଛାଟି ପିଟି
ନିତ୍ୟ ହୁଏ ରକ୍ତସ୍ନାତ କରୁଣ ପରିଣତି।
ମହାଶୂନ୍ଯେ ଦିଶେ  ମେଘ ରକ୍ତିମ ବରଣ
ଦିଶେ ନାହିଁ ଦିଶିବନି ଉଦାର ମହାନ।
ବିଶ୍ବ ସାରା ତୋଳପାଡ କରିକି ସାଧନା
ଆମର ଅଛି ଘୋର ନିଦ୍ରା ନାହିଁ ଟି ଭାବନା।

ଯୁଗେ ଯୁଗେ କାଳେ କାଳେ ଜୀବନର ଧାରା
ବଦଳାଇ ଚାଲିଛେ ନିତ୍ୟ ସାକ୍ଷୀ ସୂର୍ଯ୍ୟ ତାରା।
କେ କାହାକୁ ଶିଖେଇବେ ଯେ ମାନବ ଜୀବନ
ଆଜି ଲାଗି ନୁହେଁ ବନ୍ଧୁ ତ୍ରିକାଳ ଦର୍ଶନ।
ଖୋଲ ଆଖି ଜ୍ଞାନଚକ୍ଷୁ ହେଉ ଉନ୍ମିଳିତ
ଅତୀତ ବର୍ତ୍ତମାନ ଦେଖି ଭାବ ଭବିଷ୍ୟତ।
       

✍️ଅରୁଣ କୁମାର ମିତ୍ର

new life
You might also like
error: Content is protected !!