News
lipub
samparksetu

ଟ୍ରକ ସହିତ ବାଇକ ମୁହାଁ ମୁହିଁ ଧକ୍କା ; ୨ଗୁରୁତର

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ପାଙ୍ଗାତିରl ପାଖରେ ଟ୍ରକ ସହିତ ବାଇକ ଧକ୍କାରେ ୨ ଜଣ ଗୁରୁତର ହୋଇଛନ୍ତି ।ସୂଚନା ଅନୁସାରେ କଙ୍କଡାହାଡ଼ ବ୍ଲକ ପଙ୍ଗାତିରା ଗ୍ରାମ ଠାରେ ଆଜି ଅପରାହ୍ନ ୪ ଘଟିକାରେ କଣ୍ଟାପାଳ କଲୋନୀ -୨ ର ଦୁଇଜଣ ବ୍ୟକ୍ତି କଣ୍ଟାପାଳ ରୁ ବିରିବୋଲେଇ ଯିବା ବେଳେ, ପଙ୍ଗlତିରl ଠାରେ ଟ୍ରକ ସହିତ ବାଇକ ମୁହାଁ ମୁହିଁ ଧକ୍କା ହୋଇଥିଲା । ଫଳରେ ବାଇକ ରେ ଆସୁଥିବା ୨ ଜଣ ବ୍ୟକ୍ତି ଗୁରୁତର ହେଇଛନ୍ତି ।

ଗୁରୁତର ୨ଜଣ ହେଲେ କଣ୍ଟାପାଳ କଲୋନୀ-୨ ର ଯୁବକ ତୁଷାରକାନ୍ତ ସାହୁ(୩୦),ଟୁଟୁ ସାହୁ(୩୨) । ତାଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ରେ ପ୍ରଥମେ କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନାକୁ ଚିକିତ୍ସା କରିବା ପାଇଁ ନିଆ ଯାଇଥିଲା ଅଧିକ ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରlଯାଇଛି ।ଦୁର୍ଘଟଣା ଘଟାଇ ଥିବା ଟ୍ରକ କୁ ମହାବିରୋଡ଼ ଫାଣ୍ଡି କୁ ଅଣାଯାଇଥିବା ସୂଚନା । ।

new life
You might also like
error: Content is protected !!