News
lipub
samparksetu

ମୋ ଗାଁ

ଯେତେ ସୁନ୍ଦର ହେଉ ସେ ନଗର                
      ଇନ୍ଦ୍ରପ୍ରସ୍ଥ ସମ
ତଥାପି ଭଲ ମୋ ସବୁଜ ଗାଁ ଟି
     ହେଉ ବା କ୍ଷୁଦ୍ରତମ।
ଯେତେ ରଖିଥାଅ ସୁରମ୍ୟ ସବୁ
     ପ୍ରାସାଦକୁ ସଜ କରି
ମୋତେ ଭଲ ଲାଗେ ଛଣ ଛପରର
      ମୃତ୍ କୁଟିରର ଧାଡ଼ି।

ଯେତେ ଥାଉ ସେଠି ବଡ଼ ରାଜପଥ
        ଯାନବାହାନ ରେ ବ୍ୟସ୍ତ
ମୋ ପାଇଁ ଭଲ କଣା ଗଳି ଟିଏ
         ଜନହୀନ ଅପ୍ରଶସ୍ତ।
ଯେତେ ଥାଉ ତୁମ କଳ କୋଳାହଳ
        ଜନ ପ୍ଳାବନର ଜୁଆର
ମୋତେ ଭଲ ଲାଗେ ଶୁନଶାନ୍ ଗାଁ ଟି
      ସବୁ ଚିହ୍ନା ଲୋକ ସରଳ।

ଯେତେ ଦିଶୁଆଉ ଆଲୋକ ସ୍ତମ୍ଭ
      ଝରୁ ଆଲୁଅର ଝରଣା
ମୁଁ ଭଲପାଏ ଅନ୍ଧାର ରଜନୀ
       କିମ୍ବା ଶୁଭ୍ର ଜୋଛନା।
ଅଛି କି ତୁମର ହରିତ୍ କ୍ଷେତ୍ର
       ଧାନ କ୍ଷେତ ଦେଖ ଖୋଜି
ଶାଗୁଆ ପାହାଡ଼ ବୁଦା ରେ ପୂର୍ଣ୍ଣ
       ବିବିଧ ବୃକ୍ଷରାଜି ?
ଦେଖିଛ କି କେବେ ଭୋରର ଆକାଶ
       ପୂରବେ ନଗରବାସୀ
ଦିଘୀ ଭରା ଜଳେ କେତକୀର ଛାୟା
         କମ୍ପିତ ଜଳରାଶି।

ପୋଛି ଦେବ କେହି ଶୀତଳ ପବନେ
          ଝାଡନାଳ କଳେବର
ସବୁ କିଛି ଅଛି ଦେଖ ମୋର ଗାଁ ରେ
     ସେ ଯେ ଅତି ସ୍ନେହଶୀଳ।
ଭଲ ପାଇ ଦେଖ ମାଟିର ମଣିଷ
      ଯେଉଁଥିରେ ଅଛି ପ୍ରାଣ
ତୁମେ ଫୁଲ ବାବୁ, ଯେତେ ଅଛ ସବୁ
       ଜଡ଼ ପରି ନିଷ୍ପ୍ରାଣ।
     

✍️ ଅରୁଣ କୁମାର ମିତ୍ର

new life
You might also like
error: Content is protected !!