News
lipub
samparksetu

ଯାତନା

ଅଗ୍ନି ଦାବାନଳେ ଜଳୁଛି ଶରିର
କ୍ଷଣେ କ୍ଷଣେ ପୋଡ଼ି ମୁଠେ ପାଉଁସ
ଅଗ୍ନି ପିଣ୍ଡୁଳା କୁ ବୋହି ବୋହି ନିତି
ଶରିରେ ଅନେକ ଜନ୍ତ୍ରଣା ଦୁଃଖ।
ତଥାପି ଚାଲିଛି ଚାଲିଛି ଏକା
ହୁଏନାହିଁ ଇତସ୍ତତ
ମୃତ ମଣିଷ ର ଦୁଃଖ ବା କଅଣ
ସୁଖ ର ସ୍ଵାଦ ତ ସାତ ସପନ।

ଆଜି ମୁଁ ଫୁଙ୍ଗୁଳା ବେଢଙ୍ଗି ଶରିରେ
ରଙ୍ଗିନ ପୋଷାକ ଧାରଣ କରେ
ଅଲାଯୁଗି ପରି ହସେ ଖିଲି ଖିଲି
ଅନ୍ତର ବେଦନା ଗୁପ୍ତ ମୁଁ ରଖେ।

ମରୁଭୂମି ସମ ଜୀବନ ମୋହର
ପାଣି ବିହୁନେ ସଦା ଜଳଇ
ଯାତନା ଜୁଇରେ ନିତି ଜଳେସିନା
ଅନ୍ୟକୁ ଟିକିଏ ହସ ବାଣ୍ଟଇ।

✍️ବିଷ୍ଣୁପ୍ରିୟା ଜେନା

new life
You might also like
error: Content is protected !!