News
lipub
samparksetu

ଆମ୍ ଆଦମୀ ପାର୍ଟି ସଦସ୍ୟ ମାନଙ୍କର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ, ସମସ୍ୟାର ଆସୁ ସମାଧାନ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପତ୍ର

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଶ୍ରୀରାମ ଚନ୍ଦ୍ର ପୁରସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଭିନ୍ନ ସମସ୍ୟା ଲାଗି ରହିଛି l ଏ ସମ୍ପର୍କରେ ବ୍ଲକ ଆମ୍ ଆଦମୀ ପାର୍ଟିର ଏକ ପ୍ରତିନିଧି ମଣ୍ଡଳୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ସହିତ ଆଲୋଚନା କରି ପରିଦର୍ଶନ କରିଥିଲେ ଏବଂ ତାର ଆସୁ ପ୍ରତିକାର ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଲିଖିତ ଭାବେ ଅବଗତ କରାଇଥିଲେ ଏବଂ ତାର ଏକ ଏକକିତା ନକଲ ଦଳର ବ୍ଲକ ସଭାପତି ସୌମ୍ୟରଞ୍ଜନ ବେହେରାଙ୍କୁ ପ୍ରଦାନ କରିଥିଲେ l

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆବାହକ ପଙ୍କଜ ନାୟକ, ଜିଲ୍ଲା ଯୁବ ସଭାପତି ସୁଧାଂଶୁ ଓଝା, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବିଷ୍ଣୁ ପ୍ରସାଦ ପଣ୍ଡା, ନାରୀ ନେତ୍ରୀ ରାଜଲକ୍ଷ୍ମୀ ସାହୁ, ବିଜୟ ପାତ୍ର, ଭରତ ମଲିକ, ପ୍ରଫୁଲ୍ଲ ସାହୁ, ଭୁଦିଆ ରାଉତ ପ୍ରମୁଖ ଅନେକ କର୍ମୀ ଯୋଗ ଦେଇଥିଲେ l

new life
You might also like
error: Content is protected !!