News
lipub
samparksetu

ଶ୍ରାବଣୀ

ଶ୍ରାବଣୀ ଗୋ, ତୁମେ ଦେଇଥିଲ ଚିଠି
             ଆସିବ ଧରାକୁ ବୁଲି
ଦିଗହରା ହୋଇ ଚାଲିଗଲ ଉଡ଼ି
          ପବନ ରେ ମନ ଖୋଲି ।

ପ୍ରତୀକ୍ଷା ରେ ତୁମ ଥକି ମୁଁ ଗଲିଣି
             ଆକାଶ କୁ ଚାହିଁ ଚାହିଁ
ଉଷ୍ମତା ତୀବ୍ରରେ ହୃଦୟ ଜଳୁଛି
               ତୁମ ଆର୍ଦ୍ର ସ୍ପର୍ଶ ପାଇଁ।

ଚୁପି ଚୁପି ଦିନେ କହିଥିଲ କାନେ
            ବାଦଲ ପ୍ରୀତିର କଥା
  ଆଷାଢ଼ ପଛରେ ତୁମେତ ଆସିଲ
             ସଗର୍ବେ ନୁଆଇଁ ମଥା
ବେଙ୍ଗ ବେଙ୍ଗୁଲିର ହୁଳହୁଳି ରଡ଼ି
              ଆକାଶରେ ଘଡଘଡି
ଶ୍ରାବଣୀ ଆସନ୍ତି  ଛଳ ଛଳ ଟୋପା
            ଭିଜାଇ ବଗିଚା ବାଡି ।

ଦେଖିବା ପାଇଁ ଯେ ବାହାରି ଆସନ୍ତି
           କେତେ ପଶୁ ପକ୍ଷୀ ଲତା
ଶ୍ରାବଣ ମାସରେ ନାଚିବ  ବର୍ଷାରେ
            ଶ୍ରାବଣୀର  ଖୋଲା କଥା।

ଲକ୍ଷ୍ମୀ ନୃସିଂହଙ୍କ ଆଶୀର୍ବାଦ ନେଇ
              ପଢ଼ିବା କବିତା ମାନ
ସାହିତ୍ୟ ସଂସଦ କବିତା ଆସର
              ଶ୍ରାବଣୀ ତୁମ୍ଭର ନାମ।

✍️ଛବିରାମ ସେଠୀ

new life
You might also like
error: Content is protected !!