News
lipub
samparksetu

ଜିରିଡ଼ାମାଳି ଛକ ଠାରେ ଦୁଇ ମାସ ହେବ ଜଳୁନି ଷ୍ଟ୍ରିଟ ଲାଇଟ୍

କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ କାନପୁରା ପଞ୍ଚାୟତ ର ଜିରିଡ଼ାମାଳି ଛକ ଠାରେ ପଞ୍ଚାୟତ ତରଫ ରୁ ଏକ ଷ୍ଟ୍ରିଟ୍ ଲାଇଟ୍ ର ବ୍ୟବସ୍ଥା କରାଯାଇଥିଲା ଦୁଇ ବର୍ଷ ଆଗରୁ।ଏହି ସ୍ଥାନ ଟି ଏକ ଦୁର୍ଘଟଣା ପ୍ରବଣ ସ୍ଥାନ କାରଣ ଏହି ଛକ ଦେଇ ୫୩ ନମ୍ବର ରାଜପଥ ଦେଇ କଙ୍କଡାହାଡ PWD ରୋଡ ରାସ୍ତା କୁ ସାଯୋଗ କରିଥାଏ।

ଏହି ଛକ ରାସ୍ତା ଦେଇ ଶହ ଶହ ଗାଡି ମଟର ଯାଇଥାଏ ପ୍ରତେକ ଦିନ।ଏହି ଷ୍ଟ୍ରିଟଲାଇଟ ଟି ଜଳୁ ନଥିବାରୁ ରାତି ଅନ୍ଧକାରମୟ ହୋଇ ଦୁର୍ଘଟଣା ମାନ ଘଟୁଛି। ରାଜ୍ୟ ସରକାର ପ୍ରତି ପଞ୍ଚାୟତ ରେ ଆଲୋକୀ କରଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସଠିକ୍ ସମୟ ରେ ପଞ୍ଚାୟତ ପକ୍ଷ ରୁ ଲାଇଟ୍ ଗୁଡ଼ିକ ମରାମତି ହେଉ ନ ଥିବାରୁ ଏହି ପରି ଅସୁବିଧା ଦେଖିବାକୁ ମିଳୁଛି।

ଏହିପରି ସମାନ ଅସୁବିଧା କାମାକ୍ଷା ନଗର ବ୍ଲକ୍ ଅନ୍ତର୍ଗତ ସମସ୍ତ ପଞ୍ଚାୟତ ର ପ୍ରତି ସାହି ଓ ଗଳି ରେ ଲାଗି ଥିବା ଲାଇଟ୍ ଅଧାରୁ ଅଧିକ ଖରାପ ହୋଇ ପଡ଼ି ଥିବା ଦେଖିବାକୁ ମିଳୁଛି। ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଆଢ଼ୁଆଳରେ ରହି ଯାଉଛି।ଏହାକୁ ନେଇ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି। ପଞ୍ଚାୟତ ଓ ଜନ ପତିନିଥି ଏହାକୁ ତୁରନ୍ତ ଦୁଷ୍ଟି ଦେଇ ମାରମତି କରିବା ପାଇଁ ସାଧାରଣ ରେ ଦାବି ହେଉଛି।

new life
You might also like
error: Content is protected !!