News
lipub
samparksetu

ପ୍ରାତଃ ସ୍ମରଣୀୟ

ପ୍ରତି ଓଡ଼ିଆର ପ୍ରାତଃ ସ୍ମରଣୀୟ
ପ୍ରଭୁ ଜଗନ୍ନାଥ ତୁମେ
ତୁମରି ନାମରେ ଆସଇ ପ୍ରଭାତ
ପୁଣ୍ୟ ଏ ଜଗତ ଧାମେ ll

କୋଟିଏ ପ୍ରାଣର ଗୋଟିଏ ଠାକୁର
ତୁମ ବିନା ନାହିଁ ଗତି
ସାରଜିଛ ତୁମେ ପାଳୁଛ ବି ତୁମେ
ତୁମେ ହିଁ ଜଗତ ପତି ll

ତୁମେ ଦେଖାଇଛ ପ୍ରୀତିର ପୁଲ୍ଲକ
ସୁମଧୁର ସମ୍ମୋହନ
ଦେଇଛ ବି ତୁମେ ଅମୃତ ମଧୁର
ମୁକ୍ତ ମଳୟ ପବନ ll

ତଵ ଇଚ୍ଛା ବିନା କିଛି ବି ହୁଏନା
ସ୍ୱୟଂ ପ୍ରଭୁ ପରଂବ୍ରହ୍ମ
ମାରୁଛ ବି ତୁମେ ତାରୁଛ ବି ତୁମେ
ତୁମେ ପ୍ରଭୁ ଶ୍ୟାମ ଘନ ll

ଜୀବନ ବେଦୀରେ ମୁକୁଟ ମଣ୍ଡିତ
କରି କରାଉଛ ତୁମେ
ଛନ୍ଦିଛ ବି ତୁମେ ମୋହ ମାୟା ଜାଲେ
ଘୁରୁଛି ମୁଁ ନିତି ଭ୍ରମେ ll

ମୁକତିର ପଥ ଦେଖାଅ ଠାକୁରେ
କରୁଛି ଏତିକି ଅଳି
ଆକୁଳ ଅନ୍ତରେ ପ୍ରଣତି ଢାଳୁଛି
ଘେନ ମୋ ଭକ୍ତି ଆଞ୍ଜୁଳି ll

✍️ଗୀତାଞ୍ଜଳି ପୃଷ୍ଟି

new life
You might also like
error: Content is protected !!