News
lipub
samparksetu

ପିତୁଳା

ରକ୍ତ ମାଂସେ ଏଠି ଗଢା ଯେ “ପିତୁଳା”
ଜୀବନ୍ତ ମଣିଷ ରୂପୀ ।।
ମିଛମାୟା ସଂସାରେ ହଜିତ ଯାଇଛି
ପିତୁଳା” ବେନିମୟ ରେ ।।
ଯଶୋଦା କାନ୍ଦିଲେ ଗୋପପୁର ଛାଡ଼ି ମୋର
ଗଲା ଯେ ନୟନ “ପିତୁଳା” ।।

କେବେ ଯେ ଆସିବ ଦେଖିବି ନୟନେ
ମନ ମୋର ହୁଏ ବାଉଳା ।।
ନୟନ ଧାରାରେ ଲୋତକ “ପିତୁଳା”
ମୁକ୍ତା ଆକାଶ ତଳ ଖରା ।।
ବେନି ନୟନରେ ଝଟକିବ ପୁଣି
ପିତୁଳା” ଲୋତକ ଧାରା ।।
ମାତା ପିତା କହୁଛନ୍ତି ଆଜି ଯେ
ତୁ ଆମର ନୟନ ଲୋକିତ ତାରା ।।

ପିତୁଳା ସାଜି ଯେ ବୃଦ୍ଧା କାଳରେ
କରିବୁ ନାହିଁ ହଟହଟା ।।
ମା”ଟିଏ କହେ ନୟନ “ପିତୁଳା” ମୋର
ଗଳାର ମୋତି ମାଳା ।।
ବେନି ନୟନେ ଦେଖିବି ତୋର
ହସ ମୌସୁମୀ ର ଧାରା ।।
ଦେବି ତୋତେ ମୋର ସେନେହ ଭଣ୍ଡାର
କରିବି ନାହିଁ ତୋତେ କେବେ ପର ।।
କଲିଜା ହୋଇତୁ ଛାତିରେ ରହିଛୁ
ମୋ ଜୀବନ ରଙ୍କୁଣି ପସରା ।।

ରାଜା ଠାରୁ ଏଠି ପରଜା ନିମିତ୍ତ
ଛନ୍ଦମାୟା “ପିତୁଳା” ରେ ଏଠି ବନ୍ଧା ।।
ହଜାଇ ଦିଅନ୍ତି ନିଜର ଠିକଣା
ଅକାରଣେ ହୋଇ ବାଉଳା ।।
ରକ୍ତମାଂସ ଗଢା “ପିତୁଳା”ଏଠି ଯେ
କରୁଅଛି  ଯେ ତାର ତାଣ୍ଡବଲୀଳା ।।

ବୁଝିତ ପାରୁନି ଶେଷ ସମୟରେ
ଛଅ ଖଣ୍ଡି ବାଉଁଶ ଲୋଡା ।।
ଲୋତକ ଧାରାରେ ଲୋତକ ମଣି
ପିତୁଳା କରିଛି ବାୟାଣୀ ।।
ସରିସରି ଯାଏ ଜୀବନ ଖେଳ
ମଣିଷ ବୁଝେନାହିଁ ଏଠି “ପିତୁଳା “ର ମୁଲ ।।
       
✍️ପିଙ୍କି ପିୟଦର୍ଶିନୀ ଜେନା

new life
You might also like
error: Content is protected !!