News
lipub
samparksetu

ପଞ୍ଜିକରଣ କରିବାକୁ ଯାଇଥିବା ଚାଷୀଙ୍କୁ ଖଣ୍ଡାରେ ଆକ୍ରମଣ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ସୁରପ୍ରତାପପୁର ସେବା ସମବାୟ ସମିତିକୁ ଧାନ ବିକ୍ରୀ ନିମନ୍ତେ ପଞ୍ଜିକରଣ କରିବାକୁ ଯାଇଥିବା ଜଣେ ଚାଷୀକୁ ସଭାନେତ୍ରୀଙ୍କ ସମ୍ପର୍କୀୟ ଖଣ୍ଡାରେ ଆକ୍ରମଣ କରିଥିବା ନେଇ ଭୁବନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଖବର ନେବାରେ ଜଣାଯାଇଛି ଯେ ସୁରପ୍ରତାପପୁର ଗ୍ରାମର ସନ୍ତୋଷ ମହାନ୍ତି ଧାନ ପଞ୍ଜିକରଣ କରିବାକୁ ଦିନ ପ୍ରାୟ ୧୨ଟା ବେଳେ ଯାଇଥିବା ବେଳେ ସଭାନେତ୍ରୀ ପୁଷ୍ପାଞ୍ଜଳୀ ରାଉତଙ୍କ ସମର୍ଥକ ସନ୍ତୋଷଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ।

ଭୁବନ ଡାକ୍ତରଖାନାକୁ ଘର ଲୋକ ଆଣି ଚିକିତ୍ସିତ କରାଇଲେ । ପରେ ଭୁବନ ଡାକ୍ତର ଅଧିକ ଚିକିତ୍ସା ପାଇଁ ଢେଙ୍କାନାଳକୁ ରେଫର କରିଥିବା ଜଣାଯାଇଛି । ସୂଚନା ଯୋଗ୍ୟ କି ,ସଭାନେତ୍ରୀ ପୁଷ୍ପାଞ୍ଜଳୀ ରାଉତ ସୋମବାର ଦାୟିତ୍ୱ ଗ୍ରହଣ କରିବା ସହ ପ୍ରଥମ ବୈଠକ କରୁଥିଲେ ।

new life
You might also like
error: Content is protected !!