News
lipub
samparksetu

ଜଙ୍ଗଲରୁ ଝୁଲନ୍ତା ଅଵସ୍ଥାରେ ମୃତଦେହ ଉଦ୍ଧାର

କଙ୍କଡ଼ାହାଡ଼ ବ୍ଲକ ଚାନ୍ଦପୁର ବେତଝରୀ ମଠ ପାଖରେ ଥିବା ଜଙ୍ଗଲ ରୁ ଏକ ମୃତ୍ୟୁଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ଘାଗରାମୁଣ୍ଡା ପଂଚାୟତ କଟୁମୁଣ୍ଡା ଗ୍ରାମର ନଳୁ ସିଂହ ବୋଲି ଜଣାପଡିଛି। ସେ କିଛି ଦିନ ହେବ ନିଖୋଜ ଥିଲେ।

ମୃତ ଦେହଟି ବହୁତ ଦିନରୁ ଏକ ଗଛରେ ଝୁଲନ୍ତା ଅଵସ୍ଥାରେ ରହିଥିବା ବେଳେ ଦୃଗନ୍ଧ ହେବାରୁ ମହାବିରୋଡ଼ ଫାଣ୍ଡି ପୋଲିସ ଏବଂ ପରଜଙ୍ଗ ଥାନା ପୋଲିସ କୁ ସୂଚନା ଦେଇଥିଲେ ଲୋକେ ।

ଖବର ପାଇ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ଡାକ୍ତରଖାନା ପଠାଇଛନ୍ତି । କେଉଁ କାରଣରୁ ମୃତ୍ୟୁ ହୋଇଛି ମହାବିରୋଡ଼ ଫାଣ୍ଡି ଅଧିକାରୀ ପ୍ରଦୀପ ପାତ୍ର ତଦନ୍ତ ଜାରି ରଖିଛନ୍ତି ।

new life
You might also like
error: Content is protected !!