News
lipub
samparksetu

କାହାକୁ କହିବି ମୁଁ

କାହାକୁ କହିବି ମୁଁ,
ନା ତତେ ଭୁଲି ପାରୁଛି
ନା ତତେ ନିଜର କରି ପାରୁଛି,
ନିଇତି ଜଳୁଛି ତୋ ସ୍ମୃତିର ନିଆଁରେ
ତାକୁ ନା ମୁଁ ଲିଭେଇ ପାରୁଛି।

କାହିଁ ଆସିଥିଲୁ ଜୀବନେ ଯଦି
ତତେ ଚାଲିଯିବାର ଥିଲା,
କି ଦୋଷ ବା କରିଥିଲି ମୁଁ
ତୋ ହୃଦୟ ସାଇତି ନପାରିଲା।

କବିତା ହେଇଯାଇଛୁ ଆଜି
ଏଇ କାଗଜ ପାଖୁଡ଼ାରେ ଝରି ,
ଆଖି ଦରିଆ କିନ୍ତୁ ଶୁଖେ ନାହିଁ
ଆଜି ତତେ ଖାଲି ଝୁରି ଝୁରି।
ମନ ଉପବନ ପଡ଼ିଛି ଝାଉଁଳି
ନିତ୍ୟ ତୋ ଚିନ୍ତନ ରେ ବୁଡ଼ି,
ଗୁମୁରି ଗୁମୁରି କାନ୍ଦୁଛି ନିଶଦ୍ଦେ
ନିରୋଳା ରଜନୀକୁ ସାଥୀ କରି।

ହେଲେ ଯାଏନି ତୋ ଦୃଶ୍ୟପଟ
ତୋର ସେ ଚେହେରା ଆଖିରୁ,
ଲୋତକର ବୁନ୍ଦା ଝରିଯାଏ ଖାଲି
ତୁ ମୋର ନୁହେଁ ସମୟ କହିବାରୁ। 

✍️   ସୁଶ୍ରୀ ସଙ୍ଗୀତା ସେଠୀ

new life
You might also like
error: Content is protected !!